ବାରିପଦା: ଘର ପଛ ପଟେ ଲୁଚି ଅଶ୍ଳୀଳ ଭିଡିଓ କରୁଥିବା ବେଳେ ଧରାପଡିଲା ଯୁବକ । ବାରିପଦା ଝରପୋଖରିଆ ଥାନା ବମ୍ବେଛକରେ ଘଟିଛି ଏଭଳି ଘଟଣା । ପୁରୁଣା ହାଟସାହିର ଅବଦୁଲ ଦାମାଦଙ୍କ ଝିଅ ବାଥରୁମରେ ଗାଧୋଉଥିବା ବେଳେ ଅଶ୍ଲୀଳ ଚିତ୍ର ଉତ୍ତୋଳନ କରୁଥିଲା ଏହି ଯୁବକ ।
ଅଭିଯୁକ୍ତ ହେଲେ ସୋନୁ ପାତ୍ର । ସେ ସ୍ଥାନୀୟ ଅଞ୍ଚଳରେ ଭଡା ଘରେ ରହି ଲେବର ଭାବେ କାମ କରେ । ସୋମବାର ରାତିରେ ସୋନୁ ଭିଡିଓ କରୁଥିବା ବେଳେ ଅବଦୁଲଙ୍କ ନାବାଳିକା ଝିଅ ପାଟି କରିଥିଲେ । ଫଳରେ ସ୍ଥାନୀୟ ଲୋକେ ସୋନୁଙ୍କୁ ଧରି ନେଇଥିଲେ ।