ଓଡିଶା

odisha

ETV Bharat / state

ବିଶ୍ୱ ବାଉଁଶ ଦିବସ ପାଳିଲା ମୟୂରଭଞ୍ଜ

ମୟୂରଭଞ୍ଜରେ ବିଶ୍ଵ ବାଉଁଶ ଦିବସ ପାଳିତ ହୋଇଛି । ଜନଜାତି ଜୀବିକା ଉନ୍ନତିରେ ବାଉଁଶ ଭୂମିକାକୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଛି । ଏଥିରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ର ନିର୍ଦ୍ଦେଶକ ଏ କେ ପାଠକ ଯୋଗ ଦେଇଛନ୍ତି ।

By

Published : Sep 18, 2019, 9:50 PM IST

ଫୋଟ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵ ବାଉଁଶ ଦିବସ ପାଳିତ ହୋଇଯାଇଛି । ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ବିଶ୍ଵ ବାଉଁଶ ଦିବସ ପାଳିତ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ଜନଜାତି ଜୀବନ ଜୀବିକା ଉନ୍ନତିରେ ବାଉଁଶ ଭୂମିକାକୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଛି । ଏହି କର୍ମଶାଳାକୁ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଏ କେ ପାଠକଙ୍କ ଅଧ୍ୟକ୍ଷତାରେ କରିଛନ୍ତି । ଜିଲ୍ଲାର ବାଉଁଶ ଚାଷୀ ମାନଙ୍କର ଅବସ୍ଥା ,ବାଉଁଶକୁ ବ୍ୟବହାର କରି ବାଉଁଶ ଚାଷୀ କିପରି ଅଧିକ ଟଙ୍କା ଉପାର୍ଜନ କରିପାରିବେ ତାହା ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । ବାଉଁଶ କାରିଗରଙ୍କ ଦ୍ଵାରା ବାଉଁଶରୁ ନିର୍ମିତ ବିଭିନ୍ନ ସାମଗ୍ରୀ ଓ ଉପକରଣ ଗୁଡିକ ଏହି କର୍ମଶାଳାରେ ପ୍ରଦର୍ଶିତ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details