ଓଡିଶା

odisha

ETV Bharat / state

ଆଗପଟେ କୁକୁଡା ଫାର୍ମ, ପଛପଟେ ଚାଲିଥଲା ଚୋରା କାଠ କାରବାର

ଘର ସାମ୍ନାରେ କୁକୁଡା ଫାର୍ମ ଆଉ ଏହାର ପଛ ପଟେ ଚାଲିଥଲା ଚୋରା କାଠ କାରବାର । ଯାହାର ପର୍ଦ୍ଦାଫାଶ କରିଛି ବନବିଭାଗ । ଅଧିକ ପଢନ୍ତୁ...

By

Published : Feb 3, 2020, 7:12 PM IST

Wood Seized
କାଠ ଚୋରା ଚାଲଣ

ବାରିପଦା:ଘର ସାମ୍ନାରେ କୁକୁଡା ଫାର୍ମ ଆଉ ଏହାର ପଛ ପଟେ ଚାଲିଥଲା ଚୋରା କାଠ କାରବାର । ଏହି କାଠ ଚୋରା ଚାଲଣର ପର୍ଦ୍ଦାଫାଶ କରିଛି ବାରିପଦା ବନ ବିଭାଗ। ଦୀର୍ଘ ଦିନ ଧରି ବନ୍ଦ ଥିବା କୁକୁଡା ଫାର୍ମରେ କାଠ ଚୋରାଚାଲଣ କରାଯାଉଥିବାର ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।

ଆଗପଟେ କୁକୁଡା ଫାର୍ମ, ପଛପଟେ ଚାଲିଥଲା ଚୋରା କାଠ କାରବାର

ମୟୂରଭଞ୍ଜ ଜିଲ୍ଲା ମହୁଲିଆ ଗାଁରେ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଜବତ ହୋଇଥିବା କାଠର ମୂଲ୍ୟ 3 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । କାଠ ଚୋରାଚାଲଣର ମାଷ୍ଟର ମାଇଣ୍ଡ ବର୍ତ୍ତମାନ ଫେରାର ରହିଛି ।

ମୟୂରଭଞ୍ଜରୁ ମୃତ୍ଯୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details