ଓଡିଶା

odisha

ETV Bharat / state

ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବକଙ୍କୁ ହତ୍ୟା କଲେ ମହିଳା

ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ ହତ୍ୟା କଲେ ମହିଳା । ଏଭଳି ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ । ଅଧିକ ପଢନ୍ତୁ

By

Published : Jan 23, 2023, 12:51 PM IST

Updated : Jan 23, 2023, 1:06 PM IST

woman killed a young man
ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବକଙ୍କୁ ହତ୍ୟା କଲେ ମହିଳା

woman killed a young man

ବାରିପଦା: ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଯୁବକଙ୍କୁ କୋଦାଳରେ ପିଟି ପିଟି ହତ୍ୟା କଲେ ମହିଳା । ଏଭଳି ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ । ଯୁବକଙ୍କ ଜଣଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ମୃତକ ଜଣଙ୍କ ହେଉଛନ୍ତି ସେହି ଅଞ୍ଚଳର ମଙ୍ଗଲ ମୁର୍ମୁ । ହତ୍ୟା ଅଭିଯୋଗରେ ମହିଳା ଜଣଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣଙ୍କ ମକର ମେଳା ଦେଖିବାକୁ ଯାଇ ଗତ ୧୫ ତାରିଖରୁ ନିଖୋଜ ଥିଲେ । ତାଙ୍କ ମାଉସି ଖୋଜାଖୋଜି କରି ନପାଇବା ପରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଏହାପରେ ଗତକାଲି( ରବିବାର) ଗୁଞ୍ଜୁସାହି ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଯୁବକଙ୍କ ଗଳିତ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ଏହା ନିଖୋଜ ଅଭିଯୋଗ ହୋଇଥିବା ମଙ୍ଗଲ ମୁର୍ମୁର ମୃତଦେହ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ଏହି ଘଟଣାରେ ଅଧିକ ତଦନ୍ତ କରି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ଗତ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ସମୟରେ ମହିଳା ଜଣଙ୍କ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲେ । ଏହାପରେ ଜଣେ ସହଯୋଗୀଙ୍କ ସହ ମିଶି ଜଙ୍ଗଲରେ ଯୁବକଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲେ ମହିଳା ଜଣଙ୍କ । ବର୍ତ୍ତମାନ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି ।

ପୋଲିସ ତଦନ୍ତ କରି ହତ୍ୟାକରୀ ମହିଳା ଜଣଙ୍କ ନାମରେ ସଦର ଥାନାରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି । ଗିରଫ ମହିଳା ହେଉଛନ୍ତି କୁନି ମୁର୍ମୁ । ତେବେଏନେଇ ତଦନ୍ତ ଜାରି ଥିବା ସଦର ଥାନା ଅଧିକାରିଣୀ ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Jan 23, 2023, 1:06 PM IST

ABOUT THE AUTHOR

...view details