ଓଡିଶା

odisha

ETV Bharat / state

ଭକ୍ଷକ ସାଜିଲା ସ୍ତ୍ରୀ, ପ୍ରେମିକ ସହ ମିଶି ନେଲା ସ୍ବାମୀର ଜୀବନ

ବାରିପଦାରେ ପତ୍ନୀ ସାଜିଲା ହତ୍ୟାକାରିଣୀ । ପରକୀୟା ପ୍ରୀତି ଯୋଗୁଁ ଭୁଲିଗଲା ନିଜ ସିନ୍ଦୁରର ମୂଲ୍ୟ ।

By

Published : Jul 15, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ପରକୀୟା ପ୍ରୀତି ନେଲା ଜୀବନ । ଯୋଜନାବଦ୍ଧ ଭାବେ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ବାରିକ । ଏପରି ଘଟଣା ଘଟିଛି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କିଆଖାଳି ଗାଁରେ । ରବିବାର ବାଲେଶ୍ଵର ଜିଲ୍ଲା ରାଇବଣିଆ ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା କିଆଖାଳି ଗାଁର ଶଙ୍କର୍ଷଣ ବାରିକଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଯାହାର ପର୍ଦ୍ଦାଫାସ କରିଛି ରାସଗୋବିନ୍ଦପୁର ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ସ୍ବାମୀ ଶଙ୍କର୍ଷଣ ବାରିକ, ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଓ ଦୁଇ ପିଲା ରାତ୍ରି ଭୋଜନ ସାରି ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ ଲକ୍ଷ୍ମୀପ୍ରିୟାର ପ୍ରେମିକ ବସ୍ତା ଥାନା ଜୁଳବନ୍ଧା ଗାଁର ସପନ ଦାସ ଔରଫ ଦିପୁ ପ୍ରେମିକା ଘରେ ପହଞ୍ଚିଥିଲା । ଏହାପରେ କୌଣସି କଥାକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଘରେ କେହି ନ ଥିବା ସୁଯୋଗ ନେଇ ପ୍ରେମିକ ସପନ ଶଙ୍କର୍ଷଣଙ୍କ ତଣ୍ଟିକୁ ଚିପି ରଖିଥିବା ବେଳେ ପ୍ରେମିକକୁ ସହଯୋଗ କରିଥିଲେ ସ୍ତ୍ରୀ ।

ଏହି ସମସ୍ତ ଘଟଣାକ୍ରମକୁ ନେଇ ପୋଲିସ ଲକ୍ଷ୍ମୀପ୍ରିୟାକୁ ସନ୍ଦେହ ଘେରରେ ରଖି ପଚରାଉଚରା କରିବାରୁ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details