ଓଡିଶା

odisha

ETV Bharat / state

ପାନୀୟ ଜଳ ପ୍ରକଳ୍ପ ବନ୍ଦ ହେବା ନେଇ ବିବାଦ

ରାଇରଙ୍ଗପୁରରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ଗ୍ରାମବାସୀ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି ।

drinking water project stop
drinking water project stop

By

Published : Feb 1, 2020, 9:09 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ଭାଲୁବସା ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପକୁ ମ୍ୟୁନିସିପାଲିଟି ଅଞ୍ଚଳର କିଛି ବ୍ୟକ୍ତି ବିରୋଧ କରି ବନ୍ଦ କରିଥିବା ଅଭିଯୋଗ ହୋଇଛି ।

ପାନୀୟ ଜଳ ପ୍ରକଳ୍ପ ବନ୍ଦକୁ ନେଇ ବିବାଦ; ବଢୁଛି ଅସନ୍ତୋଷ

ଭାଲୁବସା ପଞ୍ଚାୟତ ସୀମାରେ ହେଉଥିବା ପ୍ରକଳ୍ପକୁ ମ୍ୟୁନିସିପାଲିଟି ଲୋକଙ୍କ ବିରୋଧ ପରେ ପ୍ରଶାସନ ବନ୍ଦ କରିଥିବାରୁ ପଞ୍ଚାୟତବାସୀ ତାତି ଉଠିଥିଲେ। ପ୍ରକଳ୍ପ ଦ୍ଵାରା କାହାରି କିଛି କ୍ଷତି ହେଉନଥିବା ଦର୍ଶାଇ ଭାଲୁବସା ପଞ୍ଚାୟତର 6ଟି ଗ୍ରାମର ଶତାଧିକ ଲୋକେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ଏହି ପ୍ରକଳ୍ପକୁ ବନ୍ଦ କରାଗଲେ ଜଳକଷ୍ଟ ଭୋଗୁଥିବା ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି I

ତେବେ ପ୍ରକଳ୍ପ ବନ୍ଦ ହେବାପରେ ତାତିଥିବା ଗ୍ରାମବାସୀ ଉପଜିଲ୍ଲାପାଳ ଓ ତହସିଲଦାର ଅଫିସ ଘେରାଉ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଆଶ୍ଵସ୍ତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details