ବାରିପଦା:ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦେଖା ଦେଇଛି ପିଇବା ପାଣି ସମସ୍ୟା । ପ୍ରବଳ ଖରା ହେବା କାରଣରୁ କୂଅ, ପୋଖରୀ, ନଦୀ, ନଳକୂପର ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡିଗାଁ ଗ୍ରାମପଞ୍ଚାୟତରେ ପିଇବା ପାଣି ସମସ୍ୟା ନେଇ ପଞ୍ଚାୟତ ପମ୍ପ ହାଉସରେ ତାଲା ପକାଇଛନ୍ତି ଗ୍ରାମବାସୀ ।
ଖରା ପ୍ରବାହରେ ପୋଖରୀ, ନଦୀ ନାଳ ଶୁଖିବା କାରଣରୁ ପିଇବା ପାଣି ସମସ୍ୟା ଦେଖାଦେଇଛି । ଦୀର୍ଘ ଦିନ ହେବ ପାଇପ ଯୋଗେ ପାଣି ନ ଆସିବାରୁ ଗଡିଗାଁ ଗ୍ରାମପଞ୍ଚାୟତ ତଳସାହିର ଶତାଧିକ ପୁରୁଷ ଏବଂ ମହିଳା ପାନୀୟ ଜଳ ଯୋଗାଣ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପାଣି ପମ୍ପ ହାଉସରେ ତାଲା ପକାଇଥିଲେ।