ଓଡିଶା

odisha

ETV Bharat / state

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ରାସ୍ତା ଅବରୋଧ - ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବି

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବି କଲେ ଅଭିଭାବକ । ରାସ୍ତାରେ ବସି କଲେ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

transfer of headmistress
ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି କରାଯାଉ

By

Published : Jan 31, 2023, 9:15 AM IST

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି କରାଯାଉ

ବାରିପଦା:ପାଇକବସା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର ଧରିଛି । ଯାହାକୁ ନେଇ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ବିଧାୟକ ସମେତ ଅଭିଭାବକମାନେ ରାସ୍ତା ଅବରୋଧ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ମାନସୀ ସେଠୀଙ୍କ ବାରମ୍ବାର ଦୁର୍ବ୍ୟବହା କରୁଥିବା ଅଭିଯୋଗ କରି ଅଭିଭାବକ ଓ ଛାତ୍ରୀମାନେ ରବିବାର ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବାଧ୍ୟ ହୋଇ ଜିଲ୍ଲାର ଉଦଳା-ବାରିପଦା ରାଜ୍ୟ ରାଜପଥର କରଞ୍ଜିଆ ଛକରେ ବାରିପଦା ବିଧାୟକ ପ୍ରକାଶ ସରେନ ସମେତ ଅଭିଭାବକମାନେ ଅନେକ ସଂଖ୍ୟାରେ ରାସ୍ତା ଅବରୋଧ କରିଥିଲେ ।

ଅଭିଯୋଗ ଅନୁଯାୟୀ, ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପାଇକବସା ସ୍ଥିତ କେଜିବିଭି ପ୍ରଧାନଶିକ୍ଷୟିତ୍ରୀ ମାନସି ସେଠୀ ଛାତ୍ରୀଙ୍କୁ ବହୁ ସମୟରେ ଦୁର୍ବ୍ୟବହାର କରିଥାନ୍ତି । ହଷ୍ଟେଲ ରହୁଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ସରସ୍ୱତୀ ପୂଜା ଦିନ ନିକଟସ୍ଥ ବିଦ୍ୟାଳୟ ଯିବାକୁ ପ୍ରଧାନ ଶିକ୍ଷୟିତ୍ରୀ ମନା କରିଥିଲେ । ଯଦି ଯିବ ବିଦ୍ୟାଳୟରୁ ବାହାର କରିଦିଆଯିବ ବୋଲି କହିଥିଲେ। ତେବେ ଏଥିରେ ଛାତ୍ରୀ ଓ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଯୁକ୍ତିତର୍କ ହେବାସହ ବାରମ୍ବାର ଏହିପରି ଭାବେ ଦୁର୍ବ୍ୟବହାର କରୁଥିବା ନେଇ ଅଭିଭାବକ କହିଛନ୍ତି ।

ଏନେଇ ଅଭିଭାବକମାନେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବଦଳି ନହେବାରୁ ସୋମବାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରି ରାସ୍ତା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ରାସ୍ତାରୋକ ଯୋଗୁଁ ଶହଶହ ଗାଡି ମୋଟର ଅଟକି ରହିଥିଲା । ଉକ୍ତ ସ୍ଥାନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି, ସଦର ଥାନା ଅଧିକାରିଣୀ ମଧୁସ୍ମିତା ମହାନ୍ତି ପ୍ରମୁଖ ପହଞ୍ଚି ବିଧାୟକ ପ୍ରକାଶ ସୋରେନ ଓ ଅଭିଭାବକମାନଙ୍କ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବି ନେଇ ଜିଦ୍‌ରେ ଅଟଳ ରହିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ନବ ଦାସଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ, ଜବାବ ରଖିଲା ବିଜେଡି

ଶେଷରେ ଅଭିଯୋଗ ଆଧାରରେ ତଦନ୍ତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାନସୀ ସେଠୀଙ୍କୁ ଖୁଣ୍ଟାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନନ୍ତରିତ କରିବା ସହ ପୁଷ୍ପା କର ମହାପାତ୍ରଙ୍କୁ ପାଇକବସା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୪୪୦/୩୦-୦୧- ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାସ୍ତା ଅବରୋଧ ହଟିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details