ଓଡିଶା

odisha

ETV Bharat / state

ମହିଳାଙ୍କୁ ହତ୍ୟାକରି ନଦୀପଠାରେ ପୋତିଦେଲେ ଦୁର୍ବୃତ୍ତ, ପୋଲିସର ଛାନଭିନ - Unknow lady dead body rescue i

ପୁଣିଥରେ କୁକୁର ଝୁଣି ଖାଇଲେ ଅଜଣା ମହିଳାଙ୍କ ମୃତଦେହ । ନଦୀପଠାରେ ପୋତା ହୋଇଥିବା ବେଳେ ଠାବକଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସର ଝାନଭିନ । ପଢନ୍ତୁ ସଂପୂର୍ଣ୍ଣ ଖବର...

Unknow lady dead body
Unknow lady dead body

By

Published : Jan 26, 2020, 11:44 PM IST

ରାଇରଙ୍ଗପୁର: ନଦୀପଠାରେ ପୋତା ହୋଇଥିବା ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନ ଜେଠମା ଗ୍ରାମ ନିକଟସ୍ଥ ନଦୀକୂଳରେ।

ମହିଳାଙ୍କୁ ହତ୍ୟାକରି ନଦୀପଠାରେ ପୋତିଦେଲେ ଦୁର୍ବୃତ୍ତ, ପୋଲିସର ଛାନଭିନ

ବାଲିରେ ପୋତା ହୋଇଥିବା ମୃତଦେହକୁ କୁକୁର ଝୁଣୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ରରୁଆଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡି ନାହିଁ ।

ତେବେ କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ନଦୀ କୂଳରେ ପୋତି ଦେଇଥିବା ଅନୁମାନ କରୁଛି ପୋଲିସ । ଅଧିକ ତଦନ୍ତ ପାଇଁ ବାରିପଦାରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details