ଓଡିଶା

odisha

ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ, ଫୁଟଓଭର ବ୍ରିଜ୍ ଓ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ - union minister bishweshwar tudu

ରାଇରଙ୍ଗପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ, ବିଶୋଇରେ ଫୁଟଓଭର ବ୍ରିଜ୍ ଓ ରାଇରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ । ଅଧିକ ପଢନ୍ତୁ...

union minister bishweshwar tudu visit rairangpur
କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ରାଇରଙ୍ଗପୁର ଗସ୍ତ,ଉଦଘାଟନ କଲେ ଫୁଟଓଭର ବ୍ରିଜ୍ ଓ ଅକ୍ସିଜେନ ପ୍ଲାଣ୍ଟ

By

Published : Sep 11, 2021, 8:16 PM IST

ରାଇରଙ୍ଗପୁର: ଗସ୍ତରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ । କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଇଂ ବିଶେଶ୍ବର ଟୁଡ଼ୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ନିଜ ସଂସଦୀୟ କ୍ଷେତ୍ର ମୟୂରଭଞ୍ଜ ପରିଦର୍ଶନରେ ଆସି ଆଜି ରାଇରଙ୍ଗପୁର ଉପଖଣ୍ଡ ଗସ୍ତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ରାଇରଙ୍ଗପୁର ଗସ୍ତ,ଉଦଘାଟନ କଲେ ଫୁଟଓଭର ବ୍ରିଜ୍ ଓ ଅକ୍ସିଜେନ ପ୍ଲାଣ୍ଟ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ପଶ୍ଚିମ ମୟୂରଭଞ୍ଜ ବିଜେପି ଏବଂ ବିଭିନ୍ନ ସଂଗଠନ ତଥା ସମାଜ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉପଖଣ୍ଡର ରାଇରଙ୍ଗପୁର ଓ ବିଶୋଇ ଅଞ୍ଚଳରେ ବିଜେପିର ବରିଷ୍ଠ ନେତା କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହିତ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ବିଶୋଇ ଅଞ୍ଚଳ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଥିବା ଫୁଟ୍ ଓଭର ବ୍ରିଜକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିଥିଲେ। ସେପଟେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଡାକ୍ତରଖାନା ପରିସରରେ ଏକ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋରୋନା ମହାମାରୀର ଦ୍ବିତୀୟ ଲହରରେ ଅକ୍ସିଜେନ ଅଭାବ ଯୋଗୁଁ ବହୁ ଜୀବନ ନଷ୍ଟ ହୋଇଥିବା ବେଳେ ରାଇରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ ଉପଖଣ୍ଡବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଅନ୍ୟପଟେ ଗୋରୁମହିଷାଣୀ ବାଙ୍ଗିରିପୋଷି ରେଳପଥ ସଂଯୋଗୀକରଣର ସର୍ଭେ ସରି ଯାଇଥିବା ବେଳେ ୨୦୨୨ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନିଜ ପ୍ରତିକ୍ରିୟା ମାଧ୍ୟମରେ ପ୍ରକାଶ କରିଛନ୍ତି। ଏହି ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଇରଙ୍ଗପୁର ଏସଡିଏମଓ ସାଗର ନାଏକ, ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କ ସମେତ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ବିଜେପି ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details