ବାରିପଦା :କେନ୍ଦ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ବିବାଦ ପିଛା ଛାଡୁନି। ଏ ଘଟଣାକୁ ନେଇ ଆଜି(ଶୁକ୍ରବାର) ବାରିପଦା ସ୍ଥିତ ଜେଏମଏଫସିଙ୍କ କୋର୍ଟରେ ଧାରା ୧୬୪ ଅନୁଯାୟୀ ମାଡ ଖାଇଥିବା ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି। ଗତ ଜାନୁଆରୀ ୨୧ ତାରିଖ ଦିନ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ତାଙ୍କ ବାରିପଦାର ତକତପୁର ସ୍ଥିତ କାର୍ଯ୍ୟାଳୟରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା।
ସେହି ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୋଲିସ ଶୁକ୍ରବାର ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ ହୋଇଥିଲା । ଏହା ସହିତ ପୋଲିସ ପକ୍ଷରୁ ମଧ୍ୟ ନିଜର ବୟାନ କୋର୍ଟରେ ଦାଖଲ କରାଯାଇଛି।
ଏହାବି ପଢନ୍ତୁ :JNU କୁଳପତି ପ୍ରଫେସର ଏମ ଜଗଦିଶ କୁମାର ହେବେ UGC ଚେୟାରମ୍ୟାନ