ଓଡିଶା

odisha

ETV Bharat / state

ଓଡିଆ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବନେତା - ଓଡିଆ ପ୍ରବାସୀ ନ୍ୟୁଜ

ମହାରାଷ୍ଟ୍ରର ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିବା ୨୪ ଜଣ ଓଡିଆ ପ୍ରବାସୀ ଅସହାୟ ଅବସ୍ଥାରେ ଫସି ରହିଥିଲେ । 2 ଯୁବନେତା ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଇବାରୁ ଯୋଗାଯୋଗର କେଇଘଣ୍ଟା ପରେ ମହାରାଷ୍ଟ୍ର ପ୍ରଶାସନ ସେମାନଙ୍କୁ ସହାୟତା ପୂର୍ବକ 3ମାସର ଦରମା ଓ 3ମାସର ଘରଭଡା ଛାଡ କରିଛନ୍ତି ।

two-youth-leaders-helped-to-migrant-odia
ଓଡିଆ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବନେତା

By

Published : Apr 22, 2020, 2:50 PM IST

Updated : Apr 22, 2020, 4:40 PM IST

ରାଇରଙ୍ଗପୁର: ମହାରାଷ୍ଟ୍ରର ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର 24 ଜଣ ଓଡିଆ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଲେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଯୁବନେତା । ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ମହାରାଷ୍ଟ୍ରର ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିବା ୨୪ ଜଣ ଓଡିଆ ପ୍ରବାସୀ ଅସହାୟ ଅବସ୍ଥାରେ ଫସି ରହିଥିଲେ ।

ଓଡିଆ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ଯୁବନେତା

ଲକଡାଉନ ଯୋଗୁଁ କମ୍ପାନୀ ଓ ଘରମାଲିକ ସେମାନଙ୍କୁ ତଡି ଦେବାର ଧମକ ଦେବା ପରେ ଅସହାୟ ହୋଇ ପଡିଥିଲେ । ଏନେଇ ସେମାନେ ଫୋନ ଯୋଗେ ମୟୂରଭଞ୍ଜ ଜିଲ୍ଲାର 2 ଯୁବ ନେତା ଦେବାଶିଷ ମାରାଣ୍ଡି ଓ ସେକ୍ ସାମିମଙ୍କୁ ଯୋଗାଯୋଗ କରି ସହାୟତା ଲୋଡିଥିଲେ ।

ତେବେ 2 ଯୁବନେତା ରାଜ୍ୟ ସରକାରଙ୍କୁ ଏବିଷୟରେ ଅବଗତ କରାଇବାରୁ ଯୋଗାଯୋଗର କେଇଘଣ୍ଟା ପରେ ମହାରାଷ୍ଟ୍ର ପ୍ରଶାସନ ସେମାନଙ୍କୁ ସହାୟତା ପୂର୍ବକ 3ମାସର ଦରମା ଓ 3ମାସର ଘରଭଡା ଛାଡ କରିଥିବାରୁ ଭିଡିଓ ବାର୍ତ୍ତାରେ ରାଜ୍ୟ ସରକାର ଓ 2 ଯୁବନେତା ଦେବାଶିଷ ମାରାଣ୍ଡି ଏବଂ ସେକ୍ ସାମିମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Apr 22, 2020, 4:40 PM IST

ABOUT THE AUTHOR

...view details