ଓଡିଶା

odisha

ETV Bharat / state

ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣା, ୨ଟି ସ୍ବତନ୍ତ୍ର ଟିମର ସର୍ଚ୍ଚ ଅପରେସନ ଜାରି - ସର୍ଚ୍ଚ ଅପରେସନ ଜାରି

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣା । ୨ଟି ସ୍ବତନ୍ତ୍ର ଟିମ୍‌ର ସର୍ଚ୍ଚ ଅପରେସନ ଜାରି ରହିଥିବା ମୟୂରଭଞ୍ଜ ଏସପିଙ୍କ ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 25, 2023, 7:36 PM IST

୨ଟି ସ୍ବତନ୍ତ୍ର ଟିମର ସର୍ଚ୍ଚ ଅପରେସନ ଜାରି

ରାଇରଙ୍ଗପୁର:ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ । ଏନେଇ ଶିମିଳିପାଳ ଅଭୟାରଣ୍ୟରେ ମୟୂରଭଞ୍ଜ ପୋଲିସ ଓ ବନବିଭାଗର ଅପରେସନ ଜାରି ରହିଛି । ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାର ଏସପି ଦାୟିତ୍ବରେ ଥିବା ବାଲେଶ୍ଵର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପରେ ଯେମିତି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା କରିହେବ ସେନେଇ କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ଫରେଷ୍ଟ ଗାର୍ଡଙ୍କୁ ଗୁଳିମାଡ଼ ପରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରେ ଥିବା ସନ୍ଦେହ କରାଯାଉଛି । ଶିମିଳିପାଳ ଅଭୟାରଣ୍ୟର ସମସ୍ତ ପଥକୁ ସିଲ୍ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଶିମିଳିପାଳ ଗୁଳିକାଣ୍ଡ ଘଟଣାରେ ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଅଞ୍ଚଳର ଶିକାରୀଙ୍କ ସମ୍ପୃକ୍ତି ଥିବା ଓ ଏଥିରେ ୧୦ ଜଣ ଶିକାରୀ ଥିବା ସନ୍ଦେହ କରାଯାଇଛି ।

ଏହା ବି ପଢନ୍ତୁ- ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ ! ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା

ତେବେ ଦୁଇ ଜଣ ଆଡିଶନାଲ ଏସ୍‌ପିଙ୍କ ନେତୃତ୍ବରେ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଥିବା କହିଛନ୍ତି ଏସ୍‌ପି ସାଗରିକା ନାଥ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ଶହୀଦ ହୋଇଥିବା ବେଳେ ଏହି ଘଟଣାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଅବସ୍ଥିତ ଆହ୍ଲାପାଣି, ଦେଓଗାମ୍‌ସାହି, ବାରିବେଡା ଗ୍ରାମରେ ପୋଲିସ ଚଢାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା ପାଇଁ ଦୁଇଟି ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜଙ୍ଗଲ ମଧ୍ୟରେ ୨ ଦିନ ଧରି ଚଢାଉ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି।

ଏହା ବି ପଢନ୍ତୁ- ଶିମିଳିପାଳରୁ ଦୁଇ ଶିକାରୀ ଗିରଫ, ୪ ଦେଶୀ ବନ୍ଧୁକ ଜବତ

ତା ସହିତ ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ବହୁଳ ପରିମାଣରେ ଦେଶୀ ବନ୍ଧୁକ କାରବାର ହେଉଥିବା ଏସପି ସାଗରିକା ନାଥ କହିଛନ୍ତି । ସେପଟେ ଶିମିଳିପାଳ ସୁରକ୍ଷା ପାଇଁ ଅଭୟାରଣ୍ୟର ଆଖପାଖ ଅଞ୍ଚଳଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରିବାର ଜରୁରୀ ବୋଲି ସାଗରିକା ନାଥ କହିଛନ୍ତି । ସେଠାରେ ଉପସ୍ଥିତ ଥିବା ଶିମିଳିପାଳ ବ୍ୟଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଶିମିଳିପାଳ ଫାଉଣ୍ଡେସନ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉ କି, ଗତ ସୋମବାର ଦିନ ବନବିଭାଗର ଏକ ଟିମ୍ ଚାକିଡି ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଗୁଳିମାଡ଼ରେ ଜନୈକ ଫରେଷ୍ଟ ଗାର୍ଡ ବିମଲ କୁମାର ସାହୁ ପ୍ରାଣ ହରାଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details