ଓଡିଶା

odisha

ନାବାଳିକା ଅପହରଣକୁ ବିତିଛି ଚାରିଦିନ, ଅଭିଯୁକ୍ତକୁ ଗିରଫ ଦାବିରେ ବନ୍ଦ ପାଳନ

By

Published : Sep 29, 2019, 3:07 PM IST

ଚାରିଦିନ ତଳୁ ଅପହରଣ ହେଲେଣି ଦୁଇ ନାବାଳିକା । ସ୍କୁଲ ଯାଇ ଆଉ ଫେରି ନଥିଲେ । ସେମାନଙ୍କୁ ସେହି ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଅପହରଣ କରିଥିବା ପୋଲିସ ପାଖରେ ଅଭିଯୋଗ ହୋଇଛି । କିନ୍ତୁ ଆଜି ବି ଖାଲି ରହିଛି ପୋଲିସ ହାତ । ଯାହାର ପ୍ରତିବାଦରେ ସ୍ବରୁପ ଅଭିଯୁକ୍ତକୁ ଗିରଫ ଦାବିରେ ବନ୍ଦ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ନାବାଳିକା ଅପହରଣକାରୀଙ୍କୁ ଯଥାଶୀଘ୍ର ଗିରଫ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ । ହାଟବାଦଡା ଅଞ୍ଚଳରେ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଛି । ସୂଚନା ଅନୁଯାୟୀ ଗତ ବୁଧବାର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳର ଦୁଇ ଜଣ ନାବାଳିକା ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ । ସେମାନଙ୍କୁ ସେହି ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଅପହରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତକୁ ଗିରଫ ଦାବିରେ ବନ୍ଦପାଳନ

ତେବେ ଏହି ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡିନାହିଁ । ଏହାର ପ୍ରତିବାଦରେ ହାଟବାଦଡା ଅଞ୍ଚଳର ବଣିକ ସଂଘ ତରଫରୁ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ଦାବି ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦକୁ ଶାନ୍ତିପୂର୍ଣ୍ଣ ପାଳନ କରିଥିବାବେଳେ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଛି ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details