ରାଇରଙ୍ଗପୁର:ବଜ୍ରାଘାତ ଯୋଗୁଁ ଚାଲିଗଲା ଦୁଇଟି ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମରେ। ମଣଦା ଗ୍ରାମର ଶୁଶାନ୍ତ ଗିରି ନଦୀରୁ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ବାଟରେ ବଜ୍ରାପାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ସେହିଭଳି ସେହି ଗ୍ରାମର ଜାଲେ ପିଙ୍ଗୁଆ ନାମକ ଜଣେ ମହିଳା ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ ।
ଆକାଶରୁ ଖସିଲା ମୃତ୍ୟୁ ! ଚାଲିଗଲା ୨ ଜୀବନ - ମୟୂରଭଞ୍ଜରେ ବଜ୍ରାଘାତ
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମରେ ବଜ୍ରାଘାତ ଯୋଗୁଁ ଚାଲିଗଲା ଦୁଇଟି ଜୀବନ। ଅଧିକ ପଢନ୍ତୁ
ବଜ୍ରାଘାତ ଯୋଗୁଁ ଚାଲିଗଲା ଦୁଇ ଜୀବନ
ସେମାନଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ବିଶୋଇ ଥାନା ପୋଲିସ ଖବର ପାଇ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।