ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୨ ମୃତ ୨ ଗୁରୁତର

ବାଦାମପାହାଡ଼ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର । ଅଧିକ ପଢନ୍ତୁ

By

Published : Jul 26, 2022, 12:13 PM IST

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୨ ମୃତ ୨ ଗୁରୁତର
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୨ ମୃତ ୨ ଗୁରୁତର

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ । ଦୁଇ ମୃତକ ହେୁଛନ୍ତି ଦଲକି ଗ୍ରାମର ମନ୍ଦଦରୀ ପାତ୍ରଓ ବୀରେନ୍ଦ୍ର ହାଁସଦାଙ୍କ ଝିଅ ମିତାରାଣୀ ହାଁସଦା ଓ ଗୁରୁତର ମାନେ ହେଲେ ସେହି ଗ୍ରାମର ସୋମବାରୀ ମାଝୀ ଓ ବୁଦାଇ ମାଝୀ ।

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୨ ମୃତ ୨ ଗୁରୁତର

ସୂଚନା ଅନୁଯାୟୀ, ଉକ୍ତ ଚାରି ଜଣ ପୁରୁଣିଆ ଗ୍ରାମକୁ ବିଲ କାମ କରିବାକୁ ଯାଉଥିବାବେଳେ ଏକ ଟ୍ରାକ୍ଟକୁ ଅଟକାଇ ସେଥିରେ ଯାଉଥିଲେ । କିନ୍ତୁ ବିଲରେ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୁରୁଣିଆ କେନାଲ ନିକଟରେ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ୨ଜଣ ପ୍ରାଣ ହରାଇଥିବାବେଳେ ୨ଜଣ ଗୁରୁତର ହୋଇଥିଲେ । ଏହି ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଦାମପାହାଡ଼ ଥାନା ପୋଲିସ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details