ଓଡିଶା

odisha

ETV Bharat / state

ଆଖି ପିଛୁଳାକେ ଲୁଟିନେଲେ ୪୬ ଲକ୍ଷ, ମାଷ୍ଟରମାଇଣ୍ଡ ସହ ଜଣେ ଗିରଫ

ସିମ ସ୍ବାପ କରିବା ବାହାନାରେ ଆକାଉଣ୍ଟରୁ ୪୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ରାଇରଙ୍ଗପୁର ସାଇବର ଠକଙ୍କୁ ଗିରଫ କଲା ଗୁଜରାଟ ପୋଲିସ । ଅଧିକ ପଢ଼ନ୍ତୁ...

୪୬ ଲକ୍ଷ ଟଙ୍କା ସାଇବର ଠକେଇ, ରାଇରଙ୍ଗପୁରରୁ ଦୁଇ ଗିରଫ
୪୬ ଲକ୍ଷ ଟଙ୍କା ସାଇବର ଠକେଇ, ରାଇରଙ୍ଗପୁରରୁ ଦୁଇ ଗିରଫ

By

Published : Aug 13, 2021, 4:17 PM IST

ରାଇରଙ୍ଗପୁର:ରୁହନ୍ତୁ ସାବଧାନ,ମାତିଛନ୍ତି ସାଇବର ଠକ । ସିମ୍ ସ୍ୱାପ୍ କରିବା ବାହାନାରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଟିକିଏ ଅସାବଧାନ ହେଲେ ଖାଲି ହୋଇଯାଇପାରେ ବ୍ୟାଙ୍କ ଆକାଉଣ୍ଟ । ଏଭଳି ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଗୁଜରାଟ ପୋଲିସ । ଏହି ଠକେଇର ମାଷ୍ଟରମାଇଣ୍ଡକୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରୁ ଗିରଫ କରିଛି ଗୁଜରାଟ ପୋଲିସ ।

୪୬ ଲକ୍ଷ ଟଙ୍କା ସାଇବର ଠକେଇ, ରାଇରଙ୍ଗପୁରରୁ ଦୁଇ ଗିରଫ

ଗୁଜରାଟ ବଡ଼ୋଦରା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସିମ ସ୍ବାପ କରିବା ବାହାନାରେ ତାଙ୍କ ଆକାଉଣ୍ଟ ରୁ ୪୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ପରେ ବଡ଼ୋଦରା ପୋଲିସ ନିକଟରେ ଲୁଟ ଶିକାର ହୋଇଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଏହି ଠକେଇ ଗ୍ୟାଙ୍ଗ ଚେର ଓଡ଼ିଶା ଯାଏଁ ଲମ୍ବିଥିବା ଜାଣିବାକୁ ପାଇଥିଲା ପୋଲିସ ।

ଅଭିଯୁ୍କ୍ତମାନେ ଟଙ୍କା ଲୁଟ କରିବା ପରେ ୩ରୁ ୪ଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ଜଣା ପଡ଼ିଥିଲା । ଲୁଟ ହୋଇଥିବା ୪୬ ଲକ୍ଷ ଟଙ୍କ ମଧ୍ୟରୁ ବାଦାମପାହାଡ ଥାନା ଅନ୍ତର୍ଗତ ଉକାମ ଗ୍ରାମର ରତିକାନ୍ତ ମହାନ୍ତଙ୍କ ICICI ବ୍ୟାଙ୍କ ରାଇରଙ୍ଗପୁର ଶାଖାକୁ ୧୭ ଲକ୍ଷ ୧୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିଲା । ସାଇବର ଠକେଇର ମାଷ୍ଟରମାଇଣ୍ଡ ତିରିଂ ଥାନା ଅନ୍ତର୍ଗତ ସାନ ଡାଳିମା ଗ୍ରାମର ମନୋଜ କୁମାର ମଣ୍ଡଳ ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ ।

ଗୁଜୁରାଟ କ୍ରାଇମବ୍ରାଞ୍ଚର ତିନି ଜଣିଆ ସାଇବର ଟିମ୍ ରାଇରଙ୍ଗପୁର ଥାନା ପୋଲିସ ସହାୟତାରେ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏହାପରେ ଗତକାଲି(ଗୁରୁବାର) ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ହାଜର କରାଇ ଟ୍ରାନଜିଟ ରିମାଣ୍ଡ ପାଇଁ ଆବେଦନ କରିଥିଲା । ଏହାପରେ ଗୁଜରାଟ ପୋଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ଗୁଜରାଟ ନେଇଛି । ଏହି ସାଇବର ଅପରାଧରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ଗୁଜୁରାଟ ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details