ଓଡିଶା

odisha

By

Published : Jan 22, 2020, 12:05 AM IST

ETV Bharat / state

ଜମୁଛି ଟୁସୁ ମେଳା, ଲାଗୁଛି ନେତା ମନ୍ତ୍ରୀଙ୍କ ଭିଡ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ଚାଲିଛି ଟୁସୁ ମେଳା । ଯୋଗଦେଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ...

mantri
ଜମୁଛି ଟୁସୁ ମେଳା, ବହୁ ନେତା ମନ୍ତ୍ରୀ ସାମିଲ

ରାଇରଙ୍ଗପୁର: ଟୁସୁ ମେଳାରେ ନେତା ଓ ମନ୍ତ୍ରୀଙ୍କ ଭିଡ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଟୁସୁ ମେଳାରେ ପ୍ରବଳ ଜନସମାଗମ ହେଉଛି। ଏହାସହ ମେଳାରେ ମୁଖ୍ୟ ଅତିଥି ଭାବେ ବହୁ ନେତା ଓ ମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେଉଛନ୍ତି ଦେଖିବାକୁ ମିଳିଛି।

ଜମୁଛି ଟୁସୁ ମେଳା, ବହୁ ନେତା ମନ୍ତ୍ରୀ ସାମିଲ

ରାଇରଙ୍ଗପୁର କଚେରୀ ପଡିଆ ଓ ପୋଖରିଆରେ ଆୟୋଜିତ ଟୁସୁ ମେଳାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିଲେ। ସେହିଭଳି ଜିଲ୍ଲାର ଅନେକ ପ୍ରମୁଖ ନେତା ମଧ୍ୟ ଟୁସୁ ମେଳା ବୁଲିବା ସହ ସଂସ୍କୃତି ଓ ପରମ୍ପରା ବଜାୟ ରଖି ପାରିଥିବା କମିଟି ମାନଙ୍କୁ ପ୍ରୋତ୍ସାହନ କରୁଛନ୍ତି।

ଟୁସୁ ମେଳାରେ ଟୁସୁ ମୂର୍ତ୍ତି ଆଣିଥିବା ଦଳଙ୍କ ଦ୍ବାରା ପାରମ୍ପରିକ ନାଚ ଦର୍ଶକଙ୍କ ମନ ମୋହୁଥିବା ବେଳେ ସପରିବାର ସହ ଟୁସୁ ମେଳା ବୁଲି ଏହାର ଭରପୁର ଆନନ୍ଦ ଉଠାଉଛନ୍ତି ଲୋକେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details