ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବୋଧି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଥିଲେ । ଅଧିକ ପଢନ୍ତୁ...

truck-accident-in-baripada-1-death-people-road-block-for-compansession
ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର-ଉତ୍ତ୍ୟକ୍ତ ଲୋକଙ୍କ ଟ୍ରକ ଭଙ୍ଗାରୁଜା, ରାସ୍ତାରୋକ

By

Published : Feb 5, 2020, 9:06 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବୋଧି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଥିଲେ ।

ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର-ଉତ୍ତ୍ୟକ୍ତ ଲୋକଙ୍କ ଟ୍ରକ ଭଙ୍ଗାରୁଜା, ରାସ୍ତାରୋକ

ରାସ୍ତାକଡରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଇଟା ବୋଝେଇ ଟ୍ରକ । ଏଥିରେ ବଡାମପୁର ଗ୍ରାମର ପଦ୍ମଲୋଚନ ପଣ୍ଡା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲାବେଳେ ରାଜୁ ଆହତ ହୋଇଛନ୍ତି । ତେବେ ଟ୍ରକଟି ଦୁର୍ଘଟଣା ଘଟାଇବା ପରେ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ଉତ୍ତ୍ୟକ୍ତ ଲୋକେ ଟ୍ରକଟିକୁ ମାଣିଦା ଛକ ନିକଟରେ ଅଟକାଇ ଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଖସିଯିବାବେଳେ ଲୋକେ ଡ୍ରାଇଭରକୁ ଧରି ମାଡ ମାରିଥିଲେ । ତେବେ ବଡାମପୁର ଫାଣ୍ଡି ଅଧିକାରୀ ବଲ୍ଲଭ ଚନ୍ଦ୍ର ରାଉତ ଡ୍ରାଇଭରକୁ ଘଟଣାସ୍ଥଳରୁ ଫେରାର କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଥିଲେ । ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଅବୋରଧ ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details