ଓଡିଶା

odisha

ETV Bharat / state

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡ଼ମବେଡା ଗ୍ରାମର 49 ନଂ ଜାତୀୟ ରାଜପଥଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।

By

Published : Feb 11, 2020, 7:12 AM IST

truck-accident-at-rairangpur-driver-dead
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡ଼ମବେଡା ଗ୍ରାମର 49 ନଂ ଜାତୀୟ ରାଜପଥଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଚାଳକ ହେଲେ ବାରିପଦାର ସୋନୁ ସିଂ।

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଡ୍ରାଇଭର ମୃତ

ତେବେ ସୋନୁ ଏକ ଚାଉଳ ବୋଝେଇ ଟ୍ରକ ନେଇ କରଞ୍ଜିଆରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଅନ୍ୟ ଟ୍ରକଟି ପାରାଦୀପରୁ ଲୁହାପଥର ଅନଲୋଡ଼ କରି ଫେରୁଥିବା ଜଣାପଡିଛି । ତେବେ ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ସାହାଯ୍ୟରେ ଟ୍ରକ ଦୁଇଟି ଅଲଗା କରାଯାଇ ମୃତକ ଡ୍ରାଇଭରଙ୍କୁ ଉଦ୍ଧାର କରି ବିଶୋଇ ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶୋଇ ଥାନା ପୋଲିସ ଉଭୟ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details