ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗ୍ରାମରେ ବାଘ ଛାଲ ଜବତ । ଉକ୍ତ ଗ୍ରାମରେ ବାଘ ଛାଲ କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଘଟଣାର ପର୍ଦ୍ଦଫାଶ କରିବାକୁ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ସେଠାରେ ଗୋଟିଏ ବାଘ ଛାଲ, ବାଇକ ଓ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବିଭାଗ । ଗିରଫ ବ୍ୟକ୍ତି ହେଲେ ବଡବାଲିଚୁଆର ଲକ୍ଷ୍ମଣ ନାଏକ ।
କଟାସ ଗ୍ରାମରେ ବାଘ ଛାଲ ଜବତ, ଜଣେ ଗିରଫ - ରାଇରଙ୍ଗପୁର ଖବର
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗ୍ରାମରେ ବାଘ ଛାଲ ଜବତ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ବାଇକ ଜବତ ହୋଇଛି । ଅଧିକ ପଢନ୍ତୁ...
କଟାସ ଗ୍ରାମରେ ବାଘ ଛାଲ ଜବତ, ଜଣେ ଗିରଫ
ପ୍ରକାଶ ଥାଉ କି, ବାଘ ଛାଲ କାରବାରରେ ଲିପ୍ତ ଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ବନ ବିଭାଗ 6ରୁ 7 ମାସ ହେବ ମାମଲାକୁ ଟ୍ରାକ କରି ଆସୁଥିଲେ । ତେବେ ଆଜି କଟାସ ଗ୍ରାମରେ ଘର ଭିତରେ କାରବାର ଚାଲିଥିବା ବେଳେ ଚଢ଼ାଉ କରିଥିଲେ । କାରବାରରେ ଲିପ୍ତ ଦୁର୍ବୃତ୍ତମାନେ ଫେରାର ଥିବାବେଳେ ଲକ୍ଷ୍ମଣ ନାଏକଙ୍କୁ ଗିରଫ କରିଛି ବନ ବିଭାଗ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ