ଓଡିଶା

odisha

ETV Bharat / state

ମହାବଳ ବାଘ ଛାଲ ଜବତ, ଜଣେ ଗିରଫ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ କରାଯାଇଛି । ଏହାସହ ଜଣେ ଶିକାରୀକୁ ଏସଟିଏଫ ଟିମ୍‌‌ ଗିରଫ କରିଛି । ଅଧିକ ପଢ଼ନ୍ତୁ

ମହାବଳ ବାଘ ଛାଲ ଜବତ, ଜଣେ ଗିରଫ
ମହାବଳ ବାଘ ଛାଲ ଜବତ, ଜଣେ ଗିରଫ

By

Published : Dec 14, 2022, 8:00 PM IST

ମହାବଳ ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ କରାଯାଇଛି । ଏହାସହ ଜଣେ ଶିକାରୀକୁ ଏସଟିଏଫ ଟିମ୍‌‌ ଗିରଫ କରିଛି । ଏହାକୁ କିଣିବା ପାଇଁ ୫ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ଏହିକ୍ରମ ଅନୁସାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାରିପଦା ଉଦଳା ରାଜ୍ୟ ରାଜପଥର ବିସିପୁର ଛକ ନିକଟରେ ଚଢଉ କରାଯାଇଥିଲା । ଗତକାଲି(ମଙ୍ଗଳବାର) ରାତି ୨ଟା ସମୟରେ ଏହି ଚଢ଼ଉ କରାଯାଇଥିଲା ।

ଅନ୍ଧାରର ସୁଯୋଗ ନେଇ ଅନ୍ୟ ୨ଜଣ ଦୁର୍ବୃତ୍ତ ଖସି ଯାଇଥିଲେ । ତେବେ ଜଣକୁ କାବୁ କରି ନେଇଥିଲା ଏସଟିଏଫ । ପରେ ଯୁବକ ଠାରୁ ମହାବଳ ବାଘର ଚମଡା ମଧ୍ୟ ଜବତ ହୋଇଥିଲା । ଗିରଫ ହୋଇଥିବା ଯୁବକ ଜଣକ ଉଦଳା ଥାନା ଅନ୍ତର୍ଗତ ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଫାଗୁ ହାଁସଦା ବୋଲି ଜଣାପଡ଼ିଛି ।

ଜବତ ବାଘ ଚମଡା ଏକ ୫ବର୍ଷ ବୟସର ବାଘର ହୋଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରାୟ ମାସକ ପୂର୍ବରୁ ଏହାକୁ ଶିକାର କରାଯାଇଥିବା ଖବର ମିଳିଛି । ବାରିପଦାରେ ରହୁଥିବା ପୂର୍ବତ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ଦ୍ବାରା ଏହାର ରୁପରେଖ ପ୍ରସ୍ତୁତ କରାଯାଇଥିଲା ।

ଏକ ବାଘକୁ ମରାଯାଇ ତାର ଚମଡା ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଏହି ଖବରପାଇ ଭାନୁମିତ୍ର ବେପାରୀଙ୍କ ସହ ୫ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ । ସମସ୍ତ ବିଷୟରେ ଏସଟିଏଫକୁ ଜଣାଇଥିଲେ । ଶିମିଳିପାଳକୁ ସୁରକ୍ଷା ଦେବାକୁ ବହୁ ସଂଖ୍ୟାରେ ବନ କର୍ମଚାରୀ ନିୟୋଜିତ ଥିବା ବେଳେ ଏହାର ପ୍ରବେଶ ଉପରେ ବହୁ କଟକଣା ଜାରି କରାଯାଇଛି । ତନଖି ଫାଟକ ପାଖରେ ଟିକିନିଖି ଯାଞ୍ଚ କରି ଲୋକଙ୍କୁ ଭିତରକୁ ଛଡ଼ା ଯାଉଥିବା ବେଳେ ତା’ ଭିତରକୁ ଶିକାରୀ କିପରି ମାରଣାସ୍ତ୍ର ସହ ପ୍ରବେଶ କରୁଛନ୍ତି ଓ ଶିକାର ପରେ ସୁରୁଖୁରରେ ବାହାରକୁ ଆସି ହାତୀ ଏବଂ ବାଘଙ୍କ ଦାନ୍ତ, ଚମଡ଼ା ଆଦି ବିକ୍ରି କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details