ଓଡିଶା

odisha

ETV Bharat / state

ହଷ୍ଟେଲରୁ 3ଛାତ୍ର ନିଖୋଜ - ମୟୂରଭଞ୍ଜ

ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ହଷ୍ଟେଲରେ ରହୁଥିବା 3ଜଣ ଛାତ୍ର ନିଖୋଜ ଅଛନ୍ତି । ନିଖୋଜ ହୋଇଥିବା ଛାତ୍ରମାନେ ନବମ ଶ୍ରେଣୀର ପଢୁଥିଲେ। ନିଖୋଜ ଛାତ୍ରମାନେ ହେଲେ ଅବିନାଶ ମହାକୁଡ, ହେମନ୍ତ ସାହୁ ଓ ଶୁଭଙ୍କର ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Aug 17, 2019, 9:29 PM IST

ମୟୂରଭଞ୍ଜ: ବାରିପଦା ସଦର ଥାନା ଅନ୍ତର୍ଗତ ଶିରିଷବାଣୀର ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ହଷ୍ଟେଲରେ ରହୁଥିବା 3 ଜଣ ଛାତ୍ର ନିଖୋଜ । ନିଖୋଜ ଛାତ୍ରମାନେ ହେଲେ ଅବିନାଶ ମହାକୁଡ, ହେମନ୍ତ ସାହୁ ଓ ଶୁଭଙ୍କର ମିଶ୍ର । ଏମାନେ ସମସ୍ତ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବାବେଳେ ହଷ୍ଟେଲର ଗୋଟିଏ ରୁମରେ ରହୁଥିଲେ ବୋଲି ଜଣାପଡିଛି । ବାରିପଦା ସଦରଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ନିଖୋଜ ଛାତ୍ରମାନେ ସ୍କୁଲରେ 15 ଅଗଷ୍ଟ ଅବସରରେ ହୋଇଥିବା ସେଲିବ୍ରେସନ ଡେ ରେ ଉପସ୍ଥିତ ଥିଲେ । ତେବେ ରାତ୍ରି ଭୋଜନ ପରେ ହଷ୍ଟେଲ ମଧ୍ୟରେ ରୋଲ୍ କଲ୍ ସମୟରେ ମଧ୍ୟ ସେମାନେ ଉପସ୍ଥିତ ଥିବା ସ୍କୁଲର ଅଧ୍ୟକ୍ଷା ବୀଣା ଦାସ କହିଛନ୍ତି । କିନ୍ତୁ ସକାଳେ ୭ଟା ୩୦ ମିନିଟ ସମୟରେ ରୋଲ୍ କଲ୍ କରାଯିବା ସମୟରେ ଏ ତିନି ଜଣ ଅନୁପସ୍ଥିତ ଥିବା ଜଣାପଡିଛି ।

ଖୋଜାଖୋଜି କଲା ପରେ ଏହି ତିନି ଛାତ୍ରଙ୍କ ପତ୍ତା ନ ମିଳିବାରୁ ସେମାନଙ୍କ ଅଭିଭାବକଙ୍କୁ ଖବର ଦିଆଯାଇଥିଲା । ପିଲାମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ସ୍କୁଲର ଅଧ୍ୟକ୍ଷା ବୀଣା ଦାସ ବାରିପଦା ସଦରଥାନାରେ ତିନି ଜଣ ଛାତ୍ର ନିଖୋଜ ଥିବାର ଲିଖିତ ଅଭିଯୋଗ କରିଥିଲେ । ଅବିନାଶଙ୍କ ଘର ରାଉରକେଲା ହୋଇଥିବାବେଳେ ହେମନ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବହଳଦା ଓ ଶୁଭଙ୍କରଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାପଡିଛି ।

ସ୍କୁଲ ପରିସରରେ ଥିବା ହଷ୍ଟେଲ ପାଚେରୀ ବର୍ଷାରେ ଭୁଶୁଡି ପଡିଥିବା ବେଳେ ଲାଗିଥିବା ସିସିଟିଭି କାମ କରୁନାହିଁ । ଏପରିକି ପିଲାଙ୍କ ଦେଖାରଖା ପାଇଁ ଆବଶ୍ୟକୀୟ ପରିଚାଳକ ଏବଂ ସିକ୍ୟୁରିଟି ଗାର୍ଡ ନ ଥିବା ଜଣାପଡିଛି । ଏଠାରେ 500ରୁ ଊର୍ଦ୍ଧ୍ବ ପିଲା ହଷ୍ଟେଲରେ ରହି ପଢୁଥିବା ବେଳେ ପିଲାମାନଙ୍କ ସୁରକ୍ଷାକୁ ନେଇ ସାଧାରଣରେ ସନ୍ଦେହ ଜାତ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details