ଓଡିଶା

odisha

By

Published : Dec 12, 2019, 11:21 PM IST

ETV Bharat / state

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ମୟୂରଭଞ୍ଜରୁ ବାହାରିଲେ 245 ଯାତ୍ରୀ

ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଭ୍ରମଣ ଯୋଜନାରେ ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୫ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ଯାତ୍ରାରେ ବାହାରିଛନ୍ତି ।

senior citizen world tour
ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ବାରିପଦା: ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଭ୍ରମଣ ଯୋଜନାରେ ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୫ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ଯାତ୍ରାରେ ବାହାରିଛନ୍ତି । ଏମାନଙ୍କ ସହ ଜିଲ୍ଲା ପ୍ରଶାସନର ଏକ ଟିମ ମଧ୍ୟ ବାରିପଦା ଠାରୁ ବସ ଯୋଗେ ବାଲେଶ୍ବର ପର୍ଯ୍ୟନ୍ତ ଯାଇଛନ୍ତି ।

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ସେଠାରୁ ଟ୍ରେନ ଯୋଗେ ଉତ୍ତର ଭାରତର ହରିଦ୍ବାର ଏବଂ ଋଷିକେଶ ଆଦି ବିଭିନ୍ନ ତୀର୍ଥସ୍ଥାନ ପରିଭ୍ରମଣ କରି ଆସନ୍ତା ୧୯ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ । ସରକାରଙ୍କ ବରିଷ୍ଠ ନାଗରିକ ଭ୍ରମଣ ଯୋଜନାରେ ସମସ୍ତ ଯାତ୍ରୀଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ । ତେବେ ୬ ଦିନ ବ୍ୟାପି ଏହି ତୀର୍ଥ ଭ୍ରମଣରେ ବରିଷ୍ଠ ନାଗରିକମାନେ ଅତ୍ୟନ୍ତ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details