ଓଡିଶା

odisha

ETV Bharat / state

ଓଭରବ୍ରିଜ ନିର୍ମାଣ ଓ ଥଇଥାନ ପ୍ରତିଶ୍ରୁତି ପରେ ହଟିଲା ବିଶୋଇ ଅନଶନ

୧୫୦ ପରିବାରଙ୍କୁ ଥଇଥାନ ଦାବି ନେଇ ବିଶୋଇ ବ୍ଲକବାସୀ କରିଥିବା ୨ ଦିନିଆ ଆମରଣ ଅନଶନର ଆଜି ସମାପ୍ତ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ହେବାକୁ ଥିବା ଓଭରବ୍ରିଜ ନିର୍ମାଣ ଓ ପ୍ରଭାବିତଙ୍କ ଥଇଥାନ ପ୍ରତିଶ୍ରୁତି ମିଳିବାପରେ ଅନଶନ ହଟିଥିଲା । ଅଧିକ ପଢନ୍ତୁ...

The strike was called off after After getting the promise
ଓଭରବ୍ରିଜ ନିର୍ମାଣ ଓ ପ୍ରଭାବିତଙ୍କ ଥଇଥାନ ପ୍ରତିଶ୍ରୁତି ମିଳିବାପରେ ହଟିଲା ଅନଶନ

By

Published : Oct 14, 2020, 4:09 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ହେବାକୁ ଥିବା ଓଭରବ୍ରିଜ ନିର୍ମାଣ ଓ ପ୍ରଭାବିତଙ୍କ ଥଇଥାନ ପ୍ରତିଶ୍ରୁତି ମିଳିବାପରେ ହଟିଲା ଅନଶନ । ୧୫୦ ପରିବାରଙ୍କୁ ଥଇଥାନ ଦାବି ଉପସ୍ଥାପନ କରି ବିଶୋଇ ବ୍ଲକବାସୀ କରିଥିବା ୨ ଦିନିଆର ଆମରଣ ଅନଶନର ଆଜି ସମାପ୍ତ ଘଟିଛି। ବିଶୋଇ ତହସିଲଦାର ଚନ୍ଦ୍ରଶେଖର ଗୋରାଇ ଓ ଏଲ ଆଣ୍ଡ ଟି କମ୍ପାନୀ ଏନେଇ ପ୍ରତିଶ୍ରୁତି ଦେବାପରେ ବିଶୋଇ ବ୍ଲକବାସୀ ଆମରଣ ଅନଶନରୁ ଓହରିଥିଲେ।

ଓଭରବ୍ରିଜ ନିର୍ମାଣ ଓ ପ୍ରଭାବିତଙ୍କ ଥଇଥାନ ପ୍ରତିଶ୍ରୁତି ମିଳିବାପରେ ହଟିଲା ଅନଶନ

ଏଠାରେ ସୂଚନାଯୋଗ୍ୟ ଯେ, ବିଶୋଇ ଦେଇ ୪୯ ନଂ ଜାତୀୟ ରାଜପଥ ଯାଇଥିବା ବେଳେ ବିଶୋଇ ବ୍ଲକ ଛକଠାରେ ଏକ ଓଭରବ୍ରିଜ ନିର୍ମାଣ ନିମନ୍ତେ ମଞ୍ଜୁରୀପ୍ରାପ୍ତ ହୋଇଥିଲା। କିନ୍ତୁ ଏହି ଓଭରବ୍ରିଜଟି ବିଶୋଇ ବ୍ଲକ ଛକ ଠାରେ ନିର୍ମିତ ନ ହୋଇ ଏହାର ୧ କିମି ଦୂରତାର ନିର୍ମାଣ ହେବା ପାଇଁ ଜାଗା ଚିହ୍ନଟ ହୋଇଛି। ଯଦ୍ବାରା ବିଶୋଇ ବ୍ଲକରେ ଥିବା ୬ ଗୋଟି ବିଦ୍ୟାଳୟ ସମେତ ୭ ଗୋଟି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଶତାଧିକ ଲୋକେ ହଇରାଣ ହରକତ ହେବେ। ଏଥିସହିତ ଏହି ଓଭରବ୍ରିଜ ନିର୍ମାଣ ହେବାଦ୍ବାରା ବିଶୋଇ କାଦପାଣି ଛକ ଠାରୁ ବିଶୋଇ ବ୍ଲକ ପର୍ଯ୍ୟନ୍ତ ୧୫୦ ଗୋଟି ଦୋକାନ ସମେତ ୩୦ ଗୋଟି ପରିବାର ବାସହରା ହେବେ । ତେଣୁ ବିଶୋଇରେ ନିର୍ମିତ ଓଭରବ୍ରିଜକୁ ସ୍ଥାନାନ୍ତର ନଚେତ ବିଶୋଇ ଠାରେ ଥିବା ଦୋକାନୀ ଓ ବାସହରା ହେଉଥିବା ପରିବାରଙ୍କୁ ଥଇଥାନ ଦାବିରେ ବିଶୋଇ ବ୍ଲକବାସୀ ଆମରଣ ଅନଶନରେ ବସିଥିଲେ।

ତେବେ ଆଜି(ବୁଧବାର) ଏଲ.ଆଣ୍ଡ.ଟି କମ୍ପାନୀର କର୍ତ୍ତୃପକ୍ଷ ସମେତ ବିଶୋଇ ତହସିଲଦାର ଓ ବିଶୋଇ ଥାନା ଅଧିକାରୀ ଅନଶନ ସ୍ଥାନକୁ ଆସି ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଆଗାମୀ ଦିନରେ ଏହି ରାସ୍ତା ନିର୍ମାଣ ପାଇଁ ଯଦି କିଛି ଦୋକାନ କିମ୍ବା ବାସଗୃହ ପରିବାର ଏଥିରେ ପ୍ରଭାବିତ ହୁଅନ୍ତି ତେବେ ତାଙ୍କୁ ପ୍ରଥମେ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆମରଣ ଅନଶନ ଉଠିଥିଲା। ଏଥିସହିତ ସ୍କୁଲ ପିଲାମାନଙ୍କ ନିମନ୍ତେ ଫୁଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ଲୋକେ ସ୍ବାଗତ ଜଣାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details