ଓଡିଶା

odisha

By

Published : Sep 29, 2020, 8:22 PM IST

ETV Bharat / state

ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ମିଲେଟ କିଓସ୍କର ଶୁଭାରମ୍ଭ

ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ଅନଲାକୁଞ୍ଜା ଠାରେ ଜିଲ୍ଲାର ପ୍ରଥମ ମିଲେଟ କିଓସ୍କର ଶୁଭାରମ୍ଭ କରାଯାଇଛି । 5 ବର୍ଷରେ ପ୍ରତ୍ୟେକ ବ୍ଲକରେ 20ଟି କିଓସ୍କ ଖୋଲାଯିବାର ଯୋଜନା ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ମୟୁରଭଞ୍ଜ  ଜିଲ୍ଲାର ପ୍ରଥମ ମିଲେଟ କିଓସ୍କ ଶୁଭାରମ୍ଭ
ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ମିଲେଟ କିଓସ୍କ ଶୁଭାରମ୍ଭ

ବାରିପଦା: ଜିଲ୍ଲାର ପ୍ରଥମ ମିଲେଟ କିଓସ୍କ ଶୁଭାରମ୍ଭ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ଅନଲାକୁଞ୍ଜ ଠାରେ ଓଡିଶା ମିଲେଟ ମିଶନ ଅଧୀନରେ ଥିବା ପ୍ରଥମ ମିଲେଟ କିଓସ୍କର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ 5 ବର୍ଷରେ ପ୍ରତ୍ୟେକ ବ୍ଲକରେ 20 ଟି କିଓସ୍କ ଖୋଲାଯିବାର ଯୋଜନା ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମିଲେଟଭିତ୍ତିକ ଖାଦ୍ୟକୁ ଲୋକପ୍ରିୟ କରିବା ଲାଗି ଏଭଳି ପ୍ରୟାସ କରାଯାଇଛି । ଏହି କିଓସ୍କ ସେଣ୍ଟରକୁ ସିଡିଏଓ ଉଦଘାଟନ କରିଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ମିଲେଟ କିଓସ୍କ ଶୁଭାରମ୍ଭ

ମିଲେଟଭିତ୍ତିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, କାଙ୍ଗୁ, ଜଂହା ଆଦିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏସବୁ ଖାଦ୍ୟର ବ୍ୟବହାର ଦ୍ବାରା ଲୋକମାନେ ସୁସ୍ଥ ରହିବେ । ଏହି ଖାଦ୍ୟ ଲୋକପ୍ରିୟ ହୋଇପାରିଲେ ଗ୍ରାମବାସୀଙ୍କ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବ ।

ମିଲେଟ କିଓସ୍କ ସେଣ୍ଟରର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ, ପ୍ରୋଗାମ ଜିଲ୍ଲା ସଂଯୋଜକ, ଏଫଏ-ଗ୍ରାମ ସ୍ବରାଜ ଓ ବିନୋଦିନି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଭୃତି ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତିଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details