ଓଡିଶା

odisha

ETV Bharat / state

ଶହୀଦ ବାପାଙ୍କ ପ୍ରତିଶୋଧ ପାଇଁ ବଡ଼ ଝିଅର ନିବେଦନ - ଶହୀଦ

ଶହୀଦ ନନ୍ଦୁରାମଙ୍କ ବଡ ଝିଅ ଦେଶ ପାଇଁ ବାପାଙ୍କ ବଳିଦାନ ରେ ଗର୍ବ ଅନୁଭବ କରିବା ସହ ଚୀନ ଠାରୁ ପ୍ରତିଶୋଧ ନେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଅଧିକ ପଢନ୍ତୁ..

the-eldest-daughters-plea-for-revenge-for-the-martyrs-fathers-death
the-eldest-daughters-plea-for-revenge-for-the-martyrs-fathers-death

By

Published : Jun 17, 2020, 10:27 PM IST

ରାଇରଙ୍ଗପୁର: ଲଦାଖର ଗଲୱାନ ଉପତ୍ୟକା ଏଲଏସିରେ ଭାରତ ଚୀନ ମୁହାଁମୁହିଁ ହୋଇ ରକ୍ତାକ୍ତ ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି। ଯେଉଁଥିରେ କି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଜଣେ ଯବାନ ମଧ୍ୟ ଶହୀଦ ହୋଇଛନ୍ତି। ଆଜି ଏପରି ଦୁଃଖଦ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳ ତଥା ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଶହୀଦ ନନ୍ଦୁରାମ ସୋରେନ ଭାରତୀୟ ସେନାର 16 ବିହାର ରେଜିମେଣ୍ଟ ରେ ଜୁନିୟର କମାଣ୍ଡିଙ୍ଗ ଅଫିସର ବା ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ।

ଶହୀଦ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ବଡ଼ ଝିଅର ନିବେଦନ

ଶହୀଦ ନନ୍ଦୁରାମଙ୍କ ପୈତୃକ ଗ୍ରାମ ବିଜାତଳା ବ୍ଲକ ବଡ଼ଚମ୍ପାଉଦା ଗ୍ରାମରେ ଥିବାବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ତିନି ଝିଅ ଗଣେଶ୍ବରୀ, ମାନସୀ, ସୋନାଲି ରାଇରଙ୍ଗପୁର ସହରର ଇଚିଣ୍ଡା ଠାରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ବଡ଼ ଝିଅ କେରଳା ପବ୍ଲିକ ସ୍କୁଲର ନବମ ଶ୍ରେଣୀ, ମଝିଆଁ ଝିଅ ଷଷ୍ଠ ଶ୍ରେଣୀ ଓ ସାନ ଝିଅ ପ୍ରଥମ ଶ୍ରେଣୀ ରେ ପାଠ ପଢ଼ୁଛନ୍ତି। ନନ୍ଦୁରାମ ଶହୀଦ ହେବା ଖବର ପାଇ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ତିନି ଝିଅ କୁ ନେଇ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସେପଟେ ଦେଶ ପାଇଁ ଜୀବନ ଦେଇ ଶହୀଦ ହୋଇ ଥିବାରୁ ଗର୍ବ ଅନୁଭବ କରୁଛନ୍ତି। ଅନ୍ୟପଟେ ତାଙ୍କ ବଡ ଝିଅ ଦେଶ ପାଇଁ ବାପାଙ୍କ ବଳିଦାନ ରେ ଗର୍ବ ଅନୁଭବ କରିବା ସହ ଚୀନ ଠାରୁ ପ୍ରତିଶୋଧ ନେବା ପାଇଁ ସରକାର ଙ୍କ ନିକଟରେ ନିବେଦନ କରିଛନ୍ତି।


ରାଇରଙ୍ଗପୁର ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details