ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ପୁଣି ବଢିଲା କୋରୋନା ମିଟର, ଆଜି ଯୋଡି ହେଲେ ଆଉ ଜଣେ ଆକ୍ରାନ୍ତ - ମୟୁରଭଞ୍ଜରେ ଆଉ ଏକ କରୋନା ପଜିଟିଭ

ଆଜି ଜଣେ କରୋନା ପଜିଟିଭକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 15ରେ ପହଞ୍ଚିଥିବା ଜଣାପଡିଛି ।

Mayurbhanj adding another positive
ମୟୁରଭଞ୍ଜରେ ଆଉ ଏକ କରୋନା ପଜିଟିଭ

By

Published : May 25, 2020, 8:15 PM IST

ବାରିପଦା: ଜିଲ୍ଲାରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କୁ ମିଶାଇ ଜିଲ୍ଲାରେ ୧୫ କୁ ସଂଖ୍ୟା ପହଞ୍ଚିଛି । ଚିହ୍ନଟ ହୋଇଥିବା କୋରୋନା ପଜିଟିଭି ବ୍ୟକ୍ତି ଜଣଙ୍କ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳ ଅଟନ୍ତି।

ମୟୁରଭଞ୍ଜରେ ଆଉ ଏକ କରୋନା ପଜିଟିଭ

ବ୍ୟକ୍ତି ଜଣକ ୫୫ ବର୍ଷୀୟ ପୁରୁଷ ହୋଇଥିବା ବେଳେ ସେ ଆନ୍ଧ୍ରପ୍ରଦେଶରୁ ଫେରି ସଂଗରୋଧ କେନ୍ଦ୍ରରେ ରହୁଥିଲେ। ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ଛୁଇଁଥିବା ବେଳେ ସେଥି ମଧ୍ୟରୁ ୯ଜଣ ସୁସ୍ଥ ହୋଇଛନ୍ତି। ତେବେ ବର୍ତ୍ତମାନ ୬ଟି କୋରୋନା ପଜିଟିଭ ସକ୍ରିୟ ଅଛି। ସେହିପରି ଜିଲ୍ଲାରୁ ସୋମବାର ସୁଦ୍ଧା ୩୭୦୩ ଟି ନମୁନା ଟେଷ୍ଟ ପାଇଁ ଯାଇଥିବା ବେଳେ ୩୬୦୩ ନମୁନାର ରିପୋର୍ଟ ହସ୍ତଗତ ହୋଇଛି ଏବଂ ଆଉ ୧୦୦ ଗୋଟି ନମୁନାର ରିପୋର୍ଟ ଅପେକ୍ଷାରେ ରହିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details