ଓଡିଶା

odisha

ETV Bharat / state

ଷଣ୍ଢ ଚାଲାଣକାରୀଙ୍କୁ ଥାନାରେ ଜିମାଦେଲେ ଗ୍ରାମବାସୀ - bullock

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ ଦୁନ୍ଦୁ ଗ୍ରାମର ଜଣେ ବ୍ୟକ୍ତି ବହଳଦାର ବୁଲା ଷଣ୍ଢଙ୍କୁ ଚାଲାଣ କରୁଥିବାବେଳେ ଗ୍ରାମବାସୀଙ୍କ ହାତତରେ ଧରା ପଡିଛି । ଅଧିକ ପଢନ୍ତୁ...

w
ବନ୍ଧା ହେଲା ଷଣ୍ଢ ଚାଲାଣକାରୀ

By

Published : Mar 12, 2021, 8:19 AM IST

ରାଇରଙ୍ଗପୁର: ବନ୍ଧା ହେଲା ଷଣ୍ଢ ଚାଲାଣକାରୀ । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ ଦୁନ୍ଦୁ ଗ୍ରାମର ଜଣେ ବ୍ୟକ୍ତି ବହଳଦାର ବୁଲା ଷଣ୍ଢଙ୍କୁ ଚାଲାଣ କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛି ।

ସୂଚନାଅନୁସାରେ,ବଡ଼ ଦୁନ୍ଦୁ ଗ୍ରାମର ଏସ୍.କେ ସାମସୁଲଙ୍କ ପୁଅ ଏମ୍.ଡି ଇସଲାମ(୩୮) ଆଜି ଅପରାହ୍ନ ପ୍ରାୟ ୧'ଘଟିକା ସମୟରେ ବହଳଦାର ବୁଲା ଷଣ୍ଢ ସହିତ ଏକ ଆହତ ବଳଦକୁ ବିକିବା ପାଇଁ ସାରସକାଣା ହାଟକୁ ନେଇଥିଲେ । ଏହା ଦେଖି ସଞ୍ଜୟ ପାଲ ନାମକ ଜଣେ ଯୁବକ ତାଙ୍କୁ ଅଟକାଇଥିଲା । ତାଙ୍କୁ ଅଟକାଇବାରୁ ସଞ୍ଜୟ ସହିତ ଏମ୍.ଡି ଇସଲାମର ଯୁକ୍ତିତର୍କ ହୋଇଥିଲା । ଏମ୍.ଡି ଇସଲାମ ସଞ୍ଜୟଙ୍କୁ ଧମକ ଚମକ ଦେଇଥିଲା ।

ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ବ୍ୟକ୍ତିକୁ ଅଟକ ରଖି ବହଳଦା ଥାନାରେ ସୂଚନା ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ସହିତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ମହାଶିବରାତ୍ରୀ ପରି ଏକ ପବିତ୍ର ଦିନରେ ବୁଲା ଷଣ୍ଡ ଓ ଆହତ ବଳଦକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଚୋରେଇ ନେବାକୁ ଚେଷ୍ଟା କରିବା ଘଟଣା ଲୋକଙ୍କ ଧାର୍ମିକ ଭାବନାକୁ କଷ୍ଟ ପହଞ୍ଚାଇଛି ।

ତେବେ ବହଳଦା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି। ତେବେ ଉକ୍ତ ଷଣ୍ଢ ସହିତ ଉଦ୍ଧାର ହେଇଥିବା ଆହତ ବଳଦକୁ ରାଇରଙ୍ଗପୁର ସ୍ଥିତ ଗୋଶାଳାରେ ଜିମା ଦିଆଯାଇଥିବା ଜଣାପଡ଼ିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିିିଭି ଭାରତ

ABOUT THE AUTHOR

...view details