ଓଡିଶା

odisha

ETV Bharat / state

ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଗିରଫ

ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

By

Published : May 10, 2021, 8:48 PM IST

ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଗିରଫ
ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଗିରଫ

ରାଇରଙ୍ଗପୁର: ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭାଲୁବସା ଗ୍ରାମର ଟାଣ୍ଡିସାହି କାଜୁ ଜଙ୍ଗଲର ଏକ ଗଛରୁ ଗତ ୫ ତାରିଖରେ କୃଷ୍ଣ ଚନ୍ଦ୍ର କାରୁଆଙ୍କ ନାବାଳିକା ଝିଅ ସନ୍ଧ୍ୟା କାରୁଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।

ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଗିରଫ

ତେବେ ମୃତଦେହ ଉଦ୍ଧାର ହେବାର ଦୁଇ ଦିନ ପୂର୍ବରୁ ନାବାଳିକା ଜଣକ ନିଖୋଜ ଥିଲେ । ମୃତ ଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଛାନଭିନ ଜାରି ରଖିଥିବା ବେଳେ ଅମୂଲ୍ୟ ପାତ୍ର ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସେପଟେ ଅମୂଲ୍ୟ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା ବେଳେ ନାବାଳିକା ଜଣଙ୍କ ଗତ ୩ ତାରିଖରେ ଅମୂଲ୍ୟଙ୍କ ଘରକୁ ଯାଇ ସେଠାରେ ବିବାହ ପାଇଁ ଜିଦ ଧରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ଶୋଷଣ କରିବା କଥା ଅମୂଲ୍ୟ ସ୍ବୀକାର କରିଥିଲେ ମଧ୍ୟ ହତ୍ୟା ଅଭିଯୋଗକୁ ଅସ୍ବୀକାର କରିଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details