ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

ଜମିବାଡ଼ି ମ୍ୟୁଟେସନ ପାଇଁ ଜଣେ ଯବାନଙ୍କ ଠାରୁ 1500 ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ତହସିଲ କର୍ମଚାରୀ ।

By

Published : Feb 9, 2019, 7:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସରକାରୀ ବାବୁ । ଦେଶକୁ ସୁରକ୍ଷା ଦେଉଥିବା ଜଣେ ଯବାନଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ କର୍ମଚାରୀ । ଗିରଫ କର୍ମଚାରୀ ନବକିଶୋର ଦାସ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ତହସିଲ ଅଫିସରେ କାର୍ଯ୍ୟରତ ଥିଲେ । 1500ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ସୂଚନାଯୋଗ୍ୟ, ଉଦଳା ଅଞ୍ଚଳରେ ଦେଶକୁ ସୁରକ୍ଷା ଦେଉଥିବା ଜଣେ ଯବାନ ସରୋଜ କୁମାର ପ୍ରଧାନ ନିଜ ଜମିବାଡ଼ି ମ୍ୟୁଟେସନ ପାଇଁ ବାରମ୍ବାର କୁଳିଅଣା ତହସିଲ ଅଫିସର ଦ୍ବାରସ୍ଥ ହେଉଥିଲେ । ତେବେ ନବକିଶୋର ଟଙ୍କା ନହେଲେ କାମ ହୋଇପାରିବ ନାହିଁ ବୋଲି ସରୋଜଙ୍କୁ କହୁଥିଲେ ।

ଫଳରେ ବାଧ୍ୟ ହୋଇ ସରୋଜ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ । ତେବେ ପୂର୍ବ ଯୋଜନା ଅନୁଯାୟୀ ଲୁଚି ରହିଥିବା ବାରିପଦା ଭିଜିଲାନ୍ସ ଅଧିକାରୀମାନେ ନବକିଶୋରଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିଥିଲେ । ଭିଜିଲାନ୍ସ ଲାଞ୍ଚୁଆ ତହସିଲଦାରଙ୍କୁ ଗିରଫ କରିବା ପରେ ତାଙ୍କ ବାରିପଦାସ୍ଥିତ ବାସଭବନରେ ମଧ୍ୟ ଚଢାଉ କରି ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details