ଓଡିଶା

odisha

ETV Bharat / state

ସନ୍ଦିଗ୍ଧ ଅବସ୍ଥାରେ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସ୍ଥାନୀୟ ବିଶୋଇ ଥାନା ମଣଦା ଗ୍ରାମର କଲୋନୀ ସାହିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ଭୋସ୍ଲୋ ନାଏକ।

Suspicious blooded dead body found, rairangpur latest news, dead body found in rairangpur, ରାଇରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ରାଇରଙ୍ଗପୁରରେ ମୃତଦେହ ଉଦ୍ଧାର, ସନ୍ଦିଗ୍ଧ ଅବସ୍ଥାରେ ରକ୍ତାକ୍ତ ମୃତଦେହ ଉଦ୍ଧାର
ପ୍ରତୀକାତ୍ମକ ଫଟୋ

By

Published : Jan 12, 2020, 5:06 PM IST

ରାଇରଙ୍ଗପୁର: ସ୍ଥାନୀୟ ବିଶୋଇ ଥାନା ମଣଦା ଗ୍ରାମର କଲୋନୀ ସାହିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ଭୋସ୍ଲୋ ନାଏକ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ଯେଉଁଥିରୁ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସନ୍ଦିଗ୍ଧ ଅବସ୍ଥାରେ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୋସ୍ଲୋଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ବିଶୋଇ ଥାନାକୁ ଖବର କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏଥିସହ ସହଯୋଗ ଓ ଅଧିକ ତଦନ୍ତ କରିବା ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଡକାଯାଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି କହିଛି ପୋଲିସ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details