ଓଡିଶା

odisha

ETV Bharat / state

ବିଷ ପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା - Suicide of a married woman

ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧୀନ ଜାମପାଣି ଗ୍ରାମରେ । ଅଧିକ ପଢ଼ନ୍ତୁ...

suicide-of-a-married-woman-after-drinking-poison
ବିଷ ପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା

By

Published : May 28, 2020, 8:47 PM IST

ରାଇରଙ୍ଗପୁର: ବିଷ ପିଇ ଜଣେ ବିବାହିତା ମହିଳାଙ୍କ ଆତ୍ମହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧୀନ ଜାମପାଣି ଗ୍ରାମରେ । ସୂଚନା ଅନୁଯାୟୀ ଜାମପାଣି ଗ୍ରାମର ରାଜୁ ମୁଣ୍ଡାଙ୍କ ସ୍ତ୍ରୀ ରତନି ମୁଣ୍ଡା କୌଣସି କାରଣରୁ କୀଟନାଶକ ଔଷଧ ଖାଇ ଦେଇଥିଲେ ।

ବିଷ ପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା

ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗୋରୁମହିଷାଣୀ ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୋରୁମହିଷାଣୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details