ଓଡିଶା

odisha

ETV Bharat / state

ବାରିପଦାରେ ସୁଦାମ ମାରାଣ୍ଡି

ପାଞ୍ଚ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ସର୍କିଟ ହାଉସରୁ ବାଇକ ରାଲି ଯୋଗେ ଯାଇ ଶ୍ରୀ ମାରାଣ୍ଡି ବିଜୁ ଗୋଳେଇରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

By

Published : Jun 2, 2019, 9:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ମୟୁରଭଞ୍ଜ

ବାରିପଦା: ଶପଥ ନେବା ପରେ ପାଞ୍ଚ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ରବିବାର ସନ୍ଧ୍ୟା 6ଟାରେ ସୁଦାମ ପ୍ରଥମେ ବାରିପଦା ସହରର ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲାର ବିଜୁଜନତା ଦଳର ସଭାପତି ଦେବାଶିଷ ମହାନ୍ତି ସ୍ବାଗତ କରିବା ସହିତ ମୋରଡ଼ା ଓ କରଞ୍ଜିଆର ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ଓ ଜନସାଧାରଣ ସମ୍ବର୍ଦ୍ଧନା ଜଣାଇଥିଲେ । ସର୍କିଟ ହାଉସରୁ ବାଇକ ରାଲି ଯୋଗେ ଯାଇ ଶ୍ରୀ ମାରାଣ୍ଡି ବିଜୁ ଗୋଳେଇରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୋମବାର ସୁଦାମ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତା 4 ତାରିଖ ରାଇରଙ୍ଗପୁର ଅଞ୍ଚଳରେ ଏକ ସରକାରୀ କାର୍ଯ୍ୟକ୍ରମ ଓ ପରେ 6 ତାରିଖ ବାରିପଦାରେ ଏକ ବୈଠକରେ ଯୋଗ ଦେଇ ପୁଣି ଭୁବନେଶ୍ବର ଫେରିଯିବେ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details