ରାଇରଙ୍ଗପୁର: ଟିଉସନ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକଙ୍କ ଗିରଫକୁ ଛାତ୍ରୀମାନେ ବିରୋଧ କରିଛନ୍ତି । ଶିକ୍ଷକଙ୍କୁ ଛାଡିବାକୁ ଦାବି କରି ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ରାଇରଙ୍ଗପୁର ଥାନା ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ଛାତ୍ରୀମାନେ 220ନଂ ଜାତୀୟ ରାଜପଥ ସହ ଟାଉନ ଥାନା ସାମ୍ନା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ଶତାଧିକ ଯାନବାହନ ଉଭୟ ରାସ୍ତାରେ ଅଟକି ରହିଛି । ଥାନା ଅଧିକାରୀ ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ହଟିଛନ୍ତି ।
ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ ପ୍ରସଙ୍ଗ: ଆଲୋଚନା ପରେ ଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ - ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ ପ୍ରସଙ୍ଗ
ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଶିକ୍ଷକଙ୍କୁ ଗିରଫ କରାଯାଇଥିବାବେଳେ ଏହାକୁ ଛାତ୍ରୀମାନେ ବିରୋଧ କରିଛନ୍ତି । ଏହାପରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଅଧ୍ୟାପକ ଓ ଅଧ୍ୟାପିକାମାନେ ବୁଝାସୁଝା କରିବାରୁ ସେମାନେ ଥାନା ଘେରାଉ ତଥା ରାସ୍ତା ଅବରୋଧରୁ ହଟିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ସୂଚନା ଅନୁସାରେ, ଗତକାଲି ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ରାଇରଙ୍ଗପୁର ଟାଉନ ପୋଲିସ ମହିଳା ମହାବିଦ୍ୟାଳୟର ଚୁକ୍ତି ଭିତ୍ତିକ କମ୍ପ୍ୟୁଟର ଶିକ୍ଷକ ନିରଜ ବେହେରାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ପୋକ୍ସୋ ଆକ୍ଟ ଅଧୀନରେ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ
Last Updated : Dec 4, 2019, 12:51 PM IST