ଓଡିଶା

odisha

ETV Bharat / state

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା, ଅନ୍ଧାରରେ ଛାତ୍ର ଭବିଷ୍ୟତ

ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବହେଳା ଯୋଗୁଁ ଅନ୍ଧାରରେ ଛାତ୍ରଙ୍କ ଭବିଷ୍ୟତ । ଏନରୋଲମେଣ୍ଟ ନମ୍ବର ନଦେବାରୁ ବାହିରିଲାନି ଦଶମ ପରିକ୍ଷା ଫଳ ।

By

Published : Jul 11, 2019, 9:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଶିକ୍ଷା ବିଭାଗର ଖମଖିଆଲି ନୀତି ଯୋଗୁଁ ବଳିପଡିଲେ ଛାତ୍ର । ସ୍କୁଲ କର୍ତ୍ତୃପକ୍ଷ କାହ୍ନୁର ଏନରୋଲମେଣ୍ଟ ନମ୍ବର ଭୁଲ ଦେବା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ର କାହ୍ନୁ ସିଂ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଖୁଣ୍ଟାପୁର ରେ ଥିବା ସତ୍ୟସାଇ ବିଦ୍ୟାପୀଠର ଦଶମ ଶ୍ରେଣୀର ଆଦିବାସୀ ଛାତ୍ରଙ୍କ ସହ ଘଟିଛି ଏମିତି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଚଳିତ ବର୍ଷ କାହ୍ନୁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ତେବେ ସ୍କୁଲ କର୍ତ୍ତୃପକ୍ଷ କାହ୍ନୁର ଏନରୋଲମେଣ୍ଟ ଭୁଲ ଯୋଗୁଁ ତାଙ୍କର ପରିକ୍ଷାଫଳ ବାହାରିନାହିଁ । ଦୀର୍ଘଦିନ ହେବ ଏ ବାବଦରେ କାହ୍ନୁଙ୍କ ପରିବାରବର୍ଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ ସେ ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ଯାହାକୁ ନେଇ ଆଜି କାହ୍ନୁଙ୍କ ପରିବାର ତଥା ଗ୍ରାମବାସୀ ସ୍କୁଲ ତାଲା ପକାଇ ନ୍ୟାୟ ମାଗିଥିଲେ ।

ଏହାପରେ ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ଓ ଜିଲ୍ଲା ଶିକ୍ଷାଧିକାରୀ ପହଞ୍ଚି ଛାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କାହ୍ନୁ କିପରି ଆଉଥରେ ପରୀକ୍ଷା ଦେବ ଏବଂ ତଦନ୍ତ ପରେ 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆଦିବାସୀ ଛାତ୍ର ଜଣକ କିପରି ପରିକ୍ଷା ଦେବ ସେ ନେଇ ଦାୟିତ୍ବ ନେଇଛନ୍ତି ନିଜେ ଜିଲ୍ଲା ଶିକ୍ଷାଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details