ଓଡିଶା

odisha

ETV Bharat / state

ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନଙ୍କ ସମୀକ୍ଷା

ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ଘଟଣାର ସମୀକ୍ଷା ପାଇଁ ମୟୂରଭଞ୍ଜ ଗସ୍ତରେ ରାଜ୍ୟ ମହିଳା କମିଶନଙ୍କ 3ଜଣିଆ ଟିମ । ଝାରପୋଖରିଆ ଥାନା ଓ ରାଇରଙ୍ଗପୁରର ହୋଇଥିବା ମାମଲାର ସମୀକ୍ଷା କରିବା ସହ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ।

lecture death case
ରାଇରଙ୍ଗପୁର ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା

By

Published : Dec 3, 2019, 5:46 PM IST

ରାଇରଙ୍ଗପୁର: ବହୁଚର୍ଚ୍ଚିତ ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ଘଟଣାର ସମୀକ୍ଷା କରିବା ପାଇଁ ରାଜ୍ୟ ମହିଳା କମିଶନର ମିନତି ବେହେରା ନେତୃତ୍ବରେ ଏକ ତିନି ଜଣିଆ ଟିମ ମୟୂରଭଞ୍ଜ ଗସ୍ତ କରିଛି । ଏହି ଟିମରେ ଅତିରିକ୍ତ ପୋଲିସ ଏସପି ବିଜୟା ବାରୱା ଓ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ସାମିଲ ଅଛନ୍ତି । ମୟୂରଭଞ୍ଜ ଗସ୍ତ ବେଳେ ଏହି ଟିମ ସହ ଉପସ୍ଥିତ ଥିଲା ଜିଲ୍ଲା ବିଜେପି ।

ଏହି ଟିମ ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ସହ ଆଲୋଚନା କରିବା ସହ ପୀଡିତାଙ୍କ ପରିବାରକୁ ଭେଟିଥିଲା । ଏହା ସହ ରାଇରଙ୍ଗପୁର ଓ ଝାରପୋଖରିଆ ଥାନାରେ ହୋଇଥିବା ମାମଲାର ସମୀକ୍ଷା କରିଛି ଟିମ । ଏହାପରେ ରାଇରଙ୍ଗପୁର ଏସଡିପିଓ ଓ ଆଇଆଇସିଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ମହିଳା କମିଶନଙ୍କ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତନ୍ନ ତନ୍ନ କରି ଅନୁସନ୍ଧାନ କରିଥିଲେ । ଛାତ୍ରୀ ନିବାସରେ ପ୍ରିନ୍ସପାଲ, ମେଟ୍ରୋନ ଓ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ କଥାବାର୍ତ୍ତା କରିଥିଲେ ।

ରାଇରଙ୍ଗପୁର ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା

ଏଥିସହ ମୃତ ଅଧ୍ୟାପିକାଙ୍କ ପରିବାରକୁ କ୍ଷତି ପୂରଣ ବାବଦ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ପ୍ରାଧିକରଣକୁ ଲିଖିତ ଭାବେ ଜଣାଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଏ ଘଟଣାର ପ୍ରତିଟି ଦିଗକୁ ଦୃଷ୍ଟି ଦେବାକୁ ପୋଲିସକୁ ପରାମର୍ଶ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଏବଂ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details