ଓଡିଶା

odisha

ETV Bharat / state

ସାପ କାମୁଡାରେ ନାବାଳକ ମୃତ

ସାପ କାମୁଡାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘରେ ଶୋଇଥିବା ବେଳେ ରାତିରେ କାମୁଡିଥିଲା ସାପ ।

By

Published : Jun 16, 2019, 11:39 AM IST

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବିଷାକ୍ତ ସାପ କାମୁଡାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୋଖରିଆ ଗ୍ରାମରେ। ମୃତକ ହେଲେ ପୋଖରିଆ ଗ୍ରାମର ସିଙ୍ଗୁ ହାଁସଦାଙ୍କ ପୁଅ ଗୋବିନ୍ଦ ହାଁସଦା(୧୨)।

ଭିଡିଓ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଗୋବିନ୍ଦ ନିଜ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୨.୩୦ ସମୟରେ ବାମ ହାତ ବୁଢା ଆଙ୍ଗୁଠିରେ ଏକ ବିଷଧର ସାପ କାମୁଡି ଦେଇଥିଲା । କିନ୍ତୁ ପରିବାର ଲୋକେ ଏ ସମ୍ପର୍କରେ କିଛି ଜାଣି ନ ଥିଲେ। ତେବେ ଏ ନେଇ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଜି ସକାଳୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ।

ତେବେ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତ ଗୋବିନ୍ଦ ଗୋରୁମହିଷାଣି ସ୍ଥିତ ସାନମଉଦା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଥିଲେ।

ରାଇରଙ୍ଗପୁରର ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details