ଓଡିଶା

odisha

ETV Bharat / state

ଶିମିଳିପାଳରେ ନିଆଁ: ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜରେ ପିସିସିଏଫ - ଶିମିଳିପାଳରେ ନିଆଁ

ଶିମିଳିପାର ଜଙ୍ଗଲରେ ନିଆଁର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପିସିସିଏଫ ମୟୂରଭଞ୍ଜରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଶିମିଳିପାଳରେ ନିଆଁ: ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫଙ୍କ ମୟୂରଭଞ୍ଜ ଗସ୍ତ
ଶିମିଳିପାଳରେ ନିଆଁ: ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫଙ୍କ ମୟୂରଭଞ୍ଜ ଗସ୍ତ

By

Published : Mar 4, 2021, 7:49 AM IST

ବାରିପଦା: ଜିଲ୍ଲାରେ ଥିବା ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ତେବେ ଗତ 4 ଦିନ ଧରି ଜଙ୍ଗଲ ଜଳୁଥିବା ବେଳେ ଏହାର ସ୍ଥିତି ପରଖିବା ପାଇଁ ଜିଲ୍ଲାରେ ପହଞ୍ଚିଛନ୍ତି ୱାଇଲ୍‌ଡ ଲାଇଫ୍‌ ପିସିସିଏଫ ଶଶୀ ପଲ । ତେବେ ସେ ସ୍ଥିତି ଅନୁଧ୍ୟାନ ପରେ ଗୁରୁବାର ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍‌ ରିପୋର୍ଟ ଦେବେ ବୋଲି ଜଣାପଡିଛି।

ଶିମିଳିପାଳରେ ନିଆଁ: ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫଙ୍କ ମୟୂରଭଞ୍ଜ ଗସ୍ତ

ଜିଲ୍ଲାରେ ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଜଙ୍ଗଲରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ଜାଣିବା ପାଇଁ ପିସିସିଏଫ ମୟୂରଭଞ୍ଜରେ ପହଞ୍ଚିଛନ୍ତି । ଜଙ୍ଗଲରେ ନିଆଁ କେମିତି ଲାଗିଛି, କାହିଁକି ଲାଗିଲା ଏହାର କାରଣ ଜାଣିବା ପାଇଁ ୱାଇଲ୍‌ଡ ଲାଇଫ୍‌ ପିସିସିଏଫ ତାହା ଅନୁଧ୍ୟାନ କରୁଛନ୍ତି। ଏନେଇ ମୟୂରଭଞ୍ଜ ବନବିଭାଗ ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ସ୍ଥିତି ଅନୁଧ୍ୟାନ ପରେ ଗୁରୁବାର ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍‌ ରିପୋର୍ଟ ଦେବେ ବୋଲି ଜଣାପଡିଛି।

ଶିମିଳିପାଳ ପାଦଦେଶ ସହ ଶିମିଳିପାଳ କୋର ଏରିଆ ଥିବା ଜଙ୍ଗଲେ ନିଆଁ ଲାଗିଛି । କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା, ଶରତ, ପୋଡ଼ାଡ଼ିହା, ଉଦଳା, କପ୍ତିପଦା ଆଦି ଜଙ୍ଗଲ ଜଳୁଛି । ଜଙ୍ଗଲରେ ଥିବା ପଶୁପକ୍ଷୀ ତଥା ମୂଲ୍ୟବାନ ବୃକ୍ଷ ପ୍ରତି ବିପଦ ସୃଷ୍ଟି ହୋଇଛି । ତେବେ ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି । ଗ୍ରୀଷ୍ମପ୍ରବାହ ତଥା ସ୍ଥାନୀୟ ଲୋକଙ୍କର ଅସାବଧାନତା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି । ଶିମିଳିପାଳରେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details