ଓଡିଶା

odisha

ETV Bharat / state

ପାଣି ପାଇଁ ରାଜରାସ୍ତାରେ ମହିଳା, ଅଭିନବ ଉପାୟରେ କଲେ ରାସ୍ତାରୋକ

ବାରିପଦାରେ ପାଣି ସମସ୍ୟାକୁ ନେଇ ତାତିଲେ ମହିଳା । ହାତରେ ଗରା ବାଲଟି ଧରି ବାରିପଦା-ଜଳେଶ୍ବର ରାସ୍ତାକୁ କରିଛନ୍ତି ଅବରୋଧ ।

By

Published : May 14, 2019, 2:40 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ମୟୂରଭଞ୍ଜ: ଅଭିନବ ଉପାୟରେ ଚାଲିଛି ରାସ୍ତାରୋକ । କିଏ ହାତରେ ଗରା ବାଲଟି ଧରି ତ କିଏ ଧରିଛି ବଡ ବଡ ଜାର । ରୋଡର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି । ଏହାର ମୁଖ୍ୟ କାରଣ ପାଲଟିଛି ପାଣି ସମସ୍ଯା । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦାରେ । ସହରର 25 ନମ୍ବର ୱାର୍ଡବାସୀ ପିଇବା ପାଣି ସମସ୍ୟାକୁ ନେଇ ଆଜି ବାରିପଦା-ଜଳେଶ୍ବର ରାସ୍ତା ପାଲବଣି ପ୍ରୀନ୍ସ କଲେଜ ସମ୍ମୁଖରେ କରିଛନ୍ତି ଅବରୋଧ ।

ଭି଼ିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ


ୱାର୍ଡବାସୀଙ୍କ ଅଭିଯୋଗ ୱାର୍ଡରେ ପାଣି ପାଇଁ ପାଇପ୍ ସଂଯୋଗ ହୋଇଛି କିନ୍ତୁ ଆସୁନାହିଁ ପିଇବା ପାଣି । ତେବେ ସବୁଠାରୁ ବଡ କଥା ହେଉଛି ନିର୍ବାଚନ ପୂର୍ବରୁ ୱାର୍ଡକୁ ପାଣି ସଂଯୋଗ ହୋଇ ପାଣିଆସିଥିଲା । ନିର୍ବାଚନ ସରିବାର ଦୁଇ ଦିନ ପରେ ହଠାତ ପାଣି ବନ୍ଦ ହୋଇଯାଇଛି ଆଜି ପର୍ଯ୍ୟନ୍ତ ଆସୁନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଧିକ ଅସନ୍ତୋଷ ବୃଦ୍ଧି ପାଇଛି ।

ଏ ନେଇ ବାରିପଦା ପୌରପରିଷଦରେ ବାରମ୍ବାର ଅଭିଯୋଗ କରିଛନ୍ତି ୱାର୍ଡବାସୀ ହେଲେ କୌଣସି ସୁଫଳ ମିଳିନାହିଁ। ମଙ୍ଗଳବାର ୱାର୍ଡର ମହିଳାମାନେ ପାଣି ପାଇଁ ହାତରେ ଗରା, ବାଲ୍ଟି ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ତେବେ ଯେପର୍ଯ୍ୟନ୍ତ ପାଣି ସଂଯୋଗ ସଂପୂର୍ଣ୍ଣ ନ ହୋଇଛି, ସେପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି ୱାର୍ଡବାସୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details