ଓଡିଶା

odisha

ETV Bharat / state

ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଏନଏଚ୍ ଅବରାେଧ, ଯାତାୟାତ ବାଧାପ୍ରାପ୍ତ - investigation

ବୃଦ୍ଧଙ୍କ ମୃତ୍ୟୁକୁ କେନ୍ଦ୍ର କରି 18 ନମ୍ବର ଜାତୀୟ ରାଜପଥ ଅବରୋଧ । ହତ୍ୟା ଅଭିଯୋଗ ଆଣିଲେ ପରିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : May 11, 2019, 11:44 AM IST

ବାରିପଦା: 18 ନମ୍ବର ଜାତୀୟ ରାଜପଥକୁ ଅବରୋଧ । ଜଣେ ବୃଦ୍ଧଙ୍କ ମୃତ୍ୟୁକୁ କେନ୍ଦ୍ର କରି ବାଙ୍ଗରିପୋଷି କୁଳିଆଣା ଥାନା ଅଞ୍ଚଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଘଣ୍ଟାଏ ଧରି ରାଜପଥରେ ଗମନାଗମନ ଠପ ହୋଇଥିଲା । ପରେ ପୋଲିସ ଆସି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

ସୂଚନା ମୁତାବକ, ବାଙ୍ଗରିପୋଷି ବ୍ଲକ ଜଗନ୍ନାଥ ଖୁଣ୍ଟା ଉଚ୍ଚ ବିଦ୍ୟାଳୟ ନିକଟରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ କୁଳିଆଣା ଥାନା ଅନ୍ତର୍ଗତ କୁଇଲିସୁତା ଗ୍ରାମର ଅକ୍ଷୟ କୁମାର ନାୟକ (୫୫) । ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଜନତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେପଟେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲା କୁଳିଆଣା ପୋଲିସ । ମୃତଦେହ ଉଦ୍ଧାର ସହ ଶବ ଵ୍ୟଵଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details