ରାଇରଙ୍ଗପୁର: ମହୁଲ ଗୋଟାଇ ଫେରୁଥିବା ବେଳେ ବୃଦ୍ଧକୁ ଧକ୍କା ଦେଲା ବାଇକ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ।
ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ, ଚାଲିଗଲା 2 ଜୀବନ
ମହୁଲ ଗୋଟାଇ ଫେରୁଥିବା ବେଳେ ବୃଦ୍ଧକୁ ଧକ୍କା ଦେଲା ବାଇକ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ
ରାଇପଦା ଗ୍ରାମ ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ମହୁଲ ଗଛରୁ ମହୁଲ ଫୁଲ ଗୋଟାଇ ଗିରିଧାରୀ କାର୍ଜ୍ଜି ନାମକ ଜନୈକ ବୃଦ୍ଧ ଘରକୁ ଫେରୁଥିଲେ। ଉକ୍ତ ରାସ୍ତା ଦେଇ ଏକ ବାଇକ ଅତିକ୍ରମ କରୁଥିବାବେଳେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀ ଏବଂ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ମୃତକ ଦୁଇ ଜଣ ହେଲେ କେଲପୋଷି ଗ୍ରାମର ଅଜୁ ମୋହାନ୍ତ ଏବଂ ଗିରିଧାରୀ କାଜ୍ଜି । ସେପଟେ ଖବର ପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବାଇକ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ