ଓଡିଶା

odisha

ETV Bharat / state

ଆରଆଇଙ୍କୁ ଜବରଦଖଲକାରୀଙ୍କ ଆକ୍ରମଣ, ସରକାରୀ ଜମି ଚିହ୍ନଟ ପରେ ୧୪୪ ଧାରା ଜାରି - RI attacked by people

ସରକାରୀ ଜମି ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ.........

ri-attacked-by-people-who-occupie-government-land
ଆରଆଇଙ୍କୁ ଜବରଦଖଲକାରୀଙ୍କ ଆକ୍ରମଣ, ସରକାରୀ ଜମି ଚିହ୍ନଟ ପରେ ୧୪୪ ଧାରା ଜାରି

By

Published : Jun 17, 2020, 5:18 PM IST

ବାରିପଦା: ବାରିପଦା ପୌର ପରିଷଦର ଦେବେନ୍ଦ୍ରପୁର ମୌଜାରେ ବେଆଇନ ଗୃହ ନିର୍ମାଣକୁ ରୋକିବା ସମୟରେ ଆରକୁ ଆକ୍ରମଣ କରିଥିଲେ ଜବରଦଖଲକାରୀ। ସରକାରୀ ଜମି ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।

ଆରଆଇଙ୍କୁ ଜବରଦଖଲକାରୀଙ୍କ ଆକ୍ରମଣ, ସରକାରୀ ଜମି ଚିହ୍ନଟ ପରେ ୧୪୪ ଧାରା ଜାରି
ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପୌରପରିଷଦ ଦେବେନ୍ଦ୍ରପୁର ମୌଜାରେ ସରକାରୀ ଜମି ଉପରେ ବେଆଇନ ଭାବେ ନୂତନ ଗୃହ ନିର୍ମାଣ କରୁଥିବା ବେଳେ ଏହାକୁ ବନ୍ଦ ପାଇଁ ଯାଇଥିବା ବାରିପଦା ଆରଆଇ ତନ୍ମୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ। ଏହାପରେ ପୋଲିସ ଉପସ୍ଥିତିରେ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ଆରଆଇ ଘଟଣାସ୍ଥଳରେ ପହଞ୍ଚି ସରକାରୀ ଜମି ଚିହ୍ନଟ କରିଥିଲେ। ଦେବେନ୍ଦ୍ରପୁର ମୌଜାରେ ୮ ଏକର ସରକାରୀ ଜମି ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳରେ ନାଲି ପତାକା ଲଗାଇ ୧୪୪ ଧାରା ଲାଗୁ କରାଯାଇଛି। ତେବେ ସରକାରୀ ଜମିରେ ବାସଗୃହ ନିର୍ମାଣ କରିଥିବା ଲୋକଙ୍କ ଭିତରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details