ଓଡିଶା

odisha

By

Published : Nov 16, 2022, 7:07 AM IST

ETV Bharat / state

ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ, ଆଦିବାସୀ ମୂଳବାସୀ ସ୍ବାଭିମାନ ସମାବେଶ ଅନୁଷ୍ଠିତ

ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ସ୍ବାଧୀନତା ସଂଗ୍ରାମୀ ତଥା ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳନ । ଅଧିକ ପଢନ୍ତୁ

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ,ଆଦିବାସୀ ମୂଳବାସୀ ସ୍ବାଭିମାନ ସମାବେଶ ଅନୁଷ୍ଠିତ
ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ,ଆଦିବାସୀ ମୂଳବାସୀ ସ୍ବାଭିମାନ ସମାବେଶ ଅନୁଷ୍ଠିତ

ରାଇରଙ୍ଗପୁର:ସ୍ବାଧୀନତା ସଂଗ୍ରାମୀ ତଥା ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳନ । ଏହି ଅବସରରେ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ 'ବିଚ୍ଛିନ୍ନାଞ୍ଚଳ ଝାରଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ' ତରଫରୁ ଆଦିବାସୀ ମୂଳବାସୀ ସ୍ବାଭିମାନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏନେଇ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଆସାମ କୋକ୍ରାଝର‌ ସାଂସଦ ନବ କୁମାର ସରନିଆ ଯୋଗ ଦେଇଥିଲେ । ଏଥିସହ ମୁଖ୍ୟ ବ୍ୟକ୍ତା ଭାବେ ଆଜସୁ ଏବଂ ଜେପିପିର ପ୍ରତିଷ୍ଠାତା ସୂର୍ଯ୍ୟ ସିଂ ବେଶ୍ରା, ସମ୍ମାନିତ ଅତିଥି ଭାବେ ଆଜସୁ ଦଳର ମୁଖପାତ୍ର ଡଃ ଦେବସରଣ ଭଗତ ଓ ରାଞ୍ଚି ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ମୁକୁନ୍ଦ ମହାନ୍ତ ଯୋଗ ଦେଇଥିଲେ।

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ,ଆଦିବାସୀ ମୂଳବାସୀ ସ୍ବାଭିମାନ ସମାବେଶ ଅନୁଷ୍ଠିତ

ତେବେ ଖଣିଖାଦାନ ପୁର୍ଣ୍ଣ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାକୁ ଅବହେଳା, ଶୋଷଣ କରୁଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା ଝାରଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ । ଆୟୋଜିତ ଆଦିବାସୀ ମୂଳବାସୀ ସ୍ବାଭିମାନ ସମାବେଶରେ ବିଚ୍ଛିନ୍ନାଞ୍ଚଳ ଝାରଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖା ଯାଇଥିଲା ।

ସେଥି ମଧ୍ୟରୁ ସାନ୍ତାଳୀ ଓ ମୁଣ୍ଡାରୀ ଭାଷା ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ପ୍ରାଥମିକ ସ୍ତରରୁ ସାନ୍ତାଳୀ ମିଡିୟମରେ ପାଠପଢା ବ୍ୟବସ୍ଥା କରିବା, ବହୁଭାଷୀ ଶିକ୍ଷା ବ୍ୟବସ୍ଥାରେ‌ ନିଜସ୍ଵ ଲିପି ଥିବା ମୁଣ୍ଡାରୀ ଭାଷାର ମୁଣ୍ଡାରୀବାଣୀ ଓ ହୋ ଭାଷାର ୱରାଂଚିତିରେ ପାଠ ପଢାକୁ ନିୟମିତ କରାଯିବା, ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ଉଚ୍ଚ ଶିକ୍ଷା ଓ ସରକାରୀ ଚାକିରିରେ ଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରି ଅନ୍ୟୂନ ୨୭ ପ୍ରତିଶତ ବୃଦ୍ଧି କରାଯିବା, ଓମବାଡସି ଓ ଡିଏମଏଫ ପାଣ୍ଠିକୁ ଜିଲ୍ଲାର ଆଦିବାସୀ ମୂଳବାସୀ ମାନଙ୍କର ବିକାଶ ପାଇଁ ଖର୍ଚ୍ଚ କରାଯିବା, ୫ମ ଅନୁସୂଚିତ ଅଞ୍ଚଳରେ ଖଣି ଓ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଗ୍ରାମ ସଭାର ଅନୁମତିକୁ ଅନିବାର୍ଯ୍ୟ କରାଯାଉ ବୋଲି ବିଚ୍ଛିନ୍ନାଞ୍ଚଳ ଝାରଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ ତରଫରୁ ଦାବି ହୋଇଥିଲା । ଏନେଇ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଏହି ସମାବେଶରେ ଉପସ୍ଥିତ ଥିବା ବେଳେ ପରିଶେଷରେ ଆଦିବାସୀ ପାରମ୍ପରିକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details