ଓଡିଶା

odisha

ETV Bharat / state

ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆରମ୍ଭ ହୋଇଛି ରଥଯାତ୍ରା । ଆଜି ହେବ ରଥଟଣା । ସୁଭଦ୍ରାଙ୍କ ରଥ ଟାଣିବେ ମହିଳା । ଏନେଇ ବାରିପଦାରେ ପହଞ୍ଚିଛନ୍ତି ମହିଳା ଭକ୍ତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

By

Published : Jul 5, 2019, 1:27 PM IST

Updated : Jul 5, 2019, 2:48 PM IST


ମୟୂରଭଞ୍ଜ: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଶ୍ରୀ ହରିବଳଦେବଜୀଉଙ୍କ ରଥଯାତ୍ରା । ଗୁରୁବାର ଶ୍ରୀକ୍ଷେତ୍ର ପୁରୀ ସମେତ ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପରମ୍ପରା ଅନୁଯାୟୀ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଆଜି ରଥଯାତ୍ରା ଅନୁଷ୍ଠିତ ହେଉଛି । ବିଶ୍ବାସ ରହିଛି ପୁରୀ ରଥଯାତ୍ରା ଦିନକ ପରେ ଶ୍ରୀଜୀଉ ମାନେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥରେ ବିଜେ ହୁଅନ୍ତି। ଶୁକ୍ରବାର ଦିବା 2 ଟା 30 ମିନିଟରେ ଆରମ୍ଭ ହେବ ରଥଯାତ୍ରା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇବା ପରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିବେ । ଆଜି ମହିଳା ମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇ ଅଧବାଟ ଅର୍ଥାତ ଟାଉନ ଥାନା ନିକଟରେ ପହଞ୍ଚାଇବା ପରେ ପୁଣି ଆସନ୍ତାକାଲି ଦିବା 2 ଟା 30 ରୁ ଆରମ୍ଭ ହେବ ରଥଯାତ୍ରା । ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇବା ପରେ ଆରମ୍ଭ ହେବ ପ୍ରଭୁ ଜଗନ୍ନାଥଙ୍କ ରଥ ଟଣା କାର୍ଯ୍ୟକ୍ରମ ।

ବାରିପଦା ବଡଦାଣ୍ଡରେ ଭକ୍ତ ମାନେ ରଥ ଉପରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ମହିଳା ମାନଙ୍କ ସୁଅ ଛୁଟିଛି ବାରିପଦାକୁ । ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବା ପାଇଁ ମହିଳାଙ୍କ ମଧ୍ୟରେ ଦେଖାଦେଇଛି ଉତ୍କଣ୍ଠା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Last Updated : Jul 5, 2019, 2:48 PM IST

ABOUT THE AUTHOR

...view details