ରାଇରଙ୍ଗପୁର: ସାରା ଦେଶରେ ଏବେ କୋରୋନା ମହାମାରୀର ଦ୍ବିତୀୟ ଲହର ଜାରି ରହି ଥିବାବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ଏହାର ପ୍ରଭାବ ସିଧାସଳଖ ପଡ଼ିଛି । ସପ୍ତାହାନ୍ତ ସଟଡାଉନକୁ ଦୃଷ୍ଟିରେ ରଖି ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁର ସହରର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ, ରଥ ଡାହୁକ ଓ କିଛି ସେବାୟତଙ୍କ ଉପସ୍ଥିତିରେ ରଥକାଠ ପୂଜା କରାଯାଇଛି ।
କୋଭିଡ କଟକଣା ମଧ୍ୟରେ ରାଇରଙ୍ଗପୁରରେ ରଥକାଠ ପୂଜା ସମ୍ପନ୍ନ - ରାଇରଙ୍ଗପୁରରେ ରଥକାଠ ପୂଜା
କୋଭିଡ କଟକଣା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରଥକାଠ ପୂଜା ସମାପନ । ଅଧିକ ପଢନ୍ତୁ...
ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଟକଣାକୁ ଦୃଷ୍ଟିରେ ରଖି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ହିଁ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ରଥକାଠର ପୂଜାର୍ଚ୍ଚନା କରି ରଥକାର୍ଯ୍ୟର ଅନୁକୂଳ କରିଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ପାଇଁ ରଥଟଣା ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁ ଥିବାବେଳେ ପ୍ରଶାସନିକ ନୀତିନିୟମ ଅନୂ୍ସାରେ ଚଳିତ ବର୍ଷ ବି ରଥଟଣା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ