ଓଡିଶା

odisha

ETV Bharat / state

ଏଏସଆଇଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ, ସିଏମଙ୍କ ଦ୍ବାରସ୍ଥ ହେଲେ ପରିବାର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । କପ୍ତିପଦା ଥାନା ଡାହିସାହି ଗାଁର ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ଏଏସଆଇଙ୍କ ବିରୁଦ୍ଧରେ ସିଏମଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 16, 2019, 7:29 PM IST

ଭୁବନେଶ୍ବର/ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । କପ୍ତିପଦା ଥାନା ଡାହିସାହି ଗାଁର ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ଏକଥା ଏବେ ରାଜଧାନୀରେ । ନବୀନ ନିବାସରେ ନିଜ ଅଭିଯୋଗ କରିବା ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧିକାରୀ ଓ ଏଏସଆଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
ଅନ୍ୟପଟେ ଏଏସଆଇଙ୍କ ବିରୁଦ୍ଧରେ ସିଏମଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା । ଦୀର୍ଘ 5 ମାସ ପରେ ବି ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏଏସଆଇଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ଶେଷ ରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ପରିବାର ।

ଘରେ କେହି ପୁରୁଷ ଲୋକ ନଥିବା ବେଳେ ଉକ୍ତ ଏଏସଆଇ ଏହାର ସୁଯୋଗ ନେଇ ଘରେ ପଶିଥିଲେ । ଘରେ ଦୁଇ ଜଣ ମହିଳା ରହିଥିଲେ । ଉକ୍ତ ମହିଳା ଜଣଙ୍କ ପାଟି କରିବାରୁ ଏଏସଆଇ ଜଣଙ୍କ ଦୌଡିକି ପଳାଉଥିଲେ । ଶୋଇଥିବା ଅନ୍ୟ ମହିଳା ପାଟି ଶୁଣି ଉଠିପଡ଼ି ଦେଖିଥିଲେ କପ୍ତିପଦା ଥାନାର ଏଏସଆଇ ଶୁଭେନ୍ଦୁ ବେହେରା । ଏହି ଘଟଣାକୁ ନେଇ ଆଇଆଇସି ରୀନା ବେହେରାଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ପରିବାର ଲୋକ।

ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଥିବାରୁ ଏହି ଘଟଣାର ଚପାଇ ଦେବାକୁ ଉଦ୍ୟମ କରିଥିଲେ ଆଇଆଇସି । ତେବେ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସମ୍ପୂର୍ଣ୍ଣ ଘଟଣା । ହେଲେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିବା ଭୟରେ ସମସ୍ତ ପରିବାର ସଦସ୍ୟଙ୍କୁ ପୋଲିସକୁ ମାଡ଼ ଅଭିଯୋଗରେ ଜେଲ ପଠାଇ ଦେଇ ସିସିଟିଭିକୁ ନିଜ ଅକ୍ତିଆରରେ ରଖିଥିଲେ । ଦୀର୍ଘ 3 ମାସ ଜେଲରେ ସମ୍ପୂର୍ଣ୍ଣ ପରିବାର ରହିଥିବା ବେଳେ ଜେଲରୁ ବାହାରି ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି ।

ତେବେ ଘଟଣା ଅନୁଯାୟୀ ମେ 6 ତାରିଖରେ ଏକ ମୋରମ ବୋଝେଇ ଟ୍ରାକ୍ଟର କପ୍ତିପଦା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆର ଆଇ ଜବତ କରି ପୋଲିସକୁ ହସ୍ତାନ୍ତର କରିଥିଲେ । 2019 ମେ 12 ତାରିଖ ଦିନ କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରା ରାତିରେ ଅଭିଯୋଗକାରିଣୀଙ୍କ ସ୍ବାମୀଙ୍କ ନାମରେ ଥିବା ମୋରମ ବୋଝେଇ ଚୋରା ଟ୍ରାକ୍ଟରର ତଦନ୍ତ ପାଇଁ ଯାଇଥିବା ବେଳେ ଓଲଟା ଆକ୍ରମଣର ଶିକାର ହୋଇଥିବା କହିଛନ୍ତି ଏଏସଆଇ ।

ଅନ୍ୟପଟେ ଭୁବନେଶ୍ବରରେ ଥିବା ରାଜ୍ୟ ମନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ନ୍ୟାୟ ପାଇ ନାହାଁନ୍ତି ପରିବାର । ତେବେ ଶେଷରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଭୁବନେଶ୍ବରରୁ ବିକାଶ ଦାସ ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details