ଓଡିଶା

odisha

ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଅସନ୍ତୋଷ, ପ୍ରତିଶୃତି ପରେ ଅଟକିଲା ପଦଯାତ୍ରା

ବାରିପଦା ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ହେଉଥିବା ପଦଯାତ୍ରା ସ୍ଥଗିତ ରହିଛି । ମନ୍ତ୍ରୀ ସୁଦାମ ମାରାଣ୍ଡି ସେବାୟତ ମାନଙ୍କ ପ୍ରତିଶ୍ରୁତି ପରେ ସେବାୟତ, ରଥ କାରିଗର ଓ ରଥ ମହାରଣା ପଦଯାତ୍ରାରୁ ଓହରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Jun 19, 2019, 6:30 PM IST

ବାରିପଦା: ସମସ୍ୟା ଘେରରେ ଦ୍ବିତୀୟ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପ୍ରଶାସନ ନୀରବ । ଏହାକୁ ପ୍ରତିବାଦ କରି ଚାଲିଥିବା ପଦଯାତ୍ରା କାଠପାଳ ନିକଟରେ ବୁଧବାର ସ୍ଥଗିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବୁଧବାର ସକାଳୁ ଜଗନ୍ନାଥ ମନ୍ଦିର ସେବାୟତଙ୍କ ସହ ରଥ କାରିଗର, ରଥ ମହାରଣା ମିଶି 50 ଜଣ ଜଗନ୍ନାଥ ମନ୍ଦିରରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । 8 ଦଫା ଦାବିରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।

ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି ସେବାୟତଙ୍କୁ 18 ନମ୍ବର ଜାତୀୟ ରାଜପଥ କାଠପାଳ ନିକଟରେ ଅଟକାଇ ଆଲୋଚନା କରିଥିଲେ । ମନ୍ତ୍ରୀ ଭୁବନେଶ୍ୱର ଯାଇ ଜଗନ୍ନାଥ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଆସନ୍ତା 30 ତାରିଖ ମଧ୍ୟରେ ସବୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସେବାୟତ, ରଥ କାରିଗର ଓ ରଥ ମହାରଣା ପଦଯାତ୍ରାରୁ ଓହରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details