ଓଡିଶା

odisha

ETV Bharat / state

କୋରୋନାରେ ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପରଲୋକ - ashok kumar pattnaik

କୋରୋନାରେ ଗଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କର ପ୍ରାଣ । ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ....

କୋରୋନାରେ ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକ ପରଲୋକ
କୋରୋନାରେ ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକ ପରଲୋକ

By

Published : Oct 7, 2020, 2:19 PM IST

ରାଇରଙ୍ଗପୁର: କୋରୋନା ଯୁଦ୍ଧରେ ଶେଷରେ ପରାସ୍ତ ହେଲେ ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକ। ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

ସୂଚନାନୁସାରେ, ସେପ୍ଟେମ୍ବର ୧୬ ତାରିଖରେ ପଟ୍ଟନାୟକଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା ପାଇଁ ବାରିପଦା ସ୍ଥିତ ବାଙ୍କିଶୋଳ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତିନି ଦିନ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଭୁବନେଶ୍ବର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ସ୍ବର୍ଗତଃ ପଟ୍ଟନାୟକ ଜଣେ ଦକ୍ଷ, ଅଭିଜ୍ଞ ଓ ବରିଷ୍ଠ ପୋଲିସ ଅଧିକାରୀ ଭାବେ ସହରରେ ସୁପରିଚିତ ଥିବା ବେଳେ ଅଗଷ୍ଟ ମାସ ୬ ତାରିଖ ୨୦୧୭ ମସିହାରେ ରାଇରଙ୍ଗପୁର ସହରରେ ଅତିରିକ୍ତ ଏସପି ଭାବେ ଯୋଗ ଦେଇଥିଲେ। ଅବସର ପାଇଁ ଆଉ ଦୁଇ ବର୍ଷ ରହିଥିବା ବେଳେ ମେ ମାସ ୩୧ ତାରିଖ ୨୦୨୨ ମସିହାରେ ଅବସର ଗ୍ରହଣ କରିଥାନ୍ତେ। ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ରାଇରଙ୍ଗପୁର ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି। ଏନେଇ ବିଭିନ୍ନ ମହଲରୁ ସ୍ବର୍ଗତଃ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details