ଓଡିଶା

odisha

By

Published : Mar 10, 2021, 4:30 PM IST

Updated : Mar 10, 2021, 5:25 PM IST

ETV Bharat / state

ଶିମିଳିପାଳକୁ ସାମାନ୍ୟ ଆଶ୍ବସ୍ତି, ଜିଲ୍ଲାରେ କିଛି ସ୍ଥାନରେ ବର୍ଷା

ଶିମିଳିପାଳକୁ ସାମାନ୍ୟ ଆଶ୍ବସ୍ତି, ଜିଲ୍ଲାରେ କିଛି ସ୍ଥାନରେ ବର୍ଷା
ଶିମିଳିପାଳକୁ ସାମାନ୍ୟ ଆଶ୍ବସ୍ତି, ଜିଲ୍ଲାରେ କିଛି ସ୍ଥାନରେ ବର୍ଷା

16:26 March 10

ଶିମିଳିପାଳକୁ ସାମାନ୍ୟ ଆଶ୍ବସ୍ତି, ଜିଲ୍ଲାରେ କିଛି ସ୍ଥାନରେ ବର୍ଷା

ରାଇରଙ୍ଗପୁର: ଫେବୃଆରୀ ମାସ ୯ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାର ସୂଚନା ରହିଛି। ତେବେ ବନବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ । ତଥାପି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରି ପାରିନଥିଲେ । ତେବେ ନିଆଁ ଲିଭିବାର ନାଁ ଧରୁନଥିବା ବେଳେ ଆଜି(ବୁଧବାର) କିଛି ଅଞ୍ଚଳରେ ବର୍ଷା ହେବାରୁ କିଛିଟା ଆଶ୍ୱସ୍ତି ମିଳିଛି । 

ତେବେ ଶିମିଳିପାଳ ଅଭୟାରଣ୍ୟର କିଛି ସ୍ଥାନ ସମେତ ଉଦଳା ଓ କରଞ୍ଜିଆ ଉପଖଣ୍ଡର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆ ଯାଇନଥିବାବେଳେ ପ୍ରକୃତି ନିଜ ଆଡୁ ବର୍ଷା ଦେଇ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ କିଛି ମାତ୍ରାରେ ଲିଭାଇବା ପାଇଁ ସହାୟକ ହୋଇଛି। ସେପଟେ ବିଶୋଇ, ଜଶିପୁର, ରାଇରଙ୍ଗପୁର ମଧ୍ୟ ମେଘାଚ୍ଛନ୍ନ ରହିଥିବାରୁ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷେ ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି । ବର୍ଷା ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ସଂଗଠନ, ଆଦିବାସୀ ସମ୍ପ୍ରଦାୟର ଜହିରା ପୂଜା ସହ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଶିମିଳିପାଳ ଅଭୟାରଣ୍ୟ ଲାଗିଥିବା ନିଆଁ ଲିଭିବା ପାଇଁ ବର୍ଷା ପାଇଁ ପୂଜାର୍ଚ୍ଚନା କରିଥିଲେ।  

ଆଜିର ବର୍ଷା ପରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିବା ଆଶଙ୍କା କରାଯାଉଥିଲେ ବି କେଉଁ ଅଞ୍ଚଳରେ କେତେ ବର୍ଷା ହୋଇଛି ତାହା ଜଣାପଡିନାହିଁ। ବର୍ଷା ପରେ କେତେ ସ୍ଥାନରେ ନିଆଁ ଲିଭିଛି କି ନାହିଁ ତାହା ମଧ୍ୟ ଜଣାପଡିନାହିଁ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Mar 10, 2021, 5:25 PM IST

ABOUT THE AUTHOR

...view details